‘ଅନୁରୋଧ ଆସିଲେ କଳାକୋଟ ପିନ୍ଧିବି ଏବଂ ନ୍ୟାୟ ପାଇଁ ଲଢ଼ିବି’ :ବରିଷ୍ଠ କଂଗ୍ରେସ

18

ଆଜି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ମୁଁ ଘୋଷଣା କରିଥିଲି ଯେ ଯଦି ଅନୁରୋଧ ଆସେ ତା’ହେଲେ ପୁନର୍ବାର କଳାକୋଟ ପିନ୍ଧିବି ଏବଂ ନ୍ୟାୟ ପାଇଁ ଲଢ଼ିବି।” ଆଜି କେନ୍ଦ୍ରୀୟ ନେତୃବୃନ୍ଦ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା, ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟିବା ପାଇଁ କଣ୍ଟାବାଞ୍ଜି ସ୍ଥିତ ଝରଣୀ ଗାଁ କୁ ଯାଇଥିଲେ ସେହି ଅବସରରେ “ପରିଷ୍କାର ଭାବେ ଆଜି ଝିଅର ମା’ ପୁଣି କହିଲେ, ଆପଣ ମୋ ପାଇଁ ଲଢ଼ନ୍ତୁ। ବୋଲି ନରସିଂହ ମିଶ୍ର କହିଥିଲେ I ସେ କହିଛନ୍ତି ଆଜି ବି କହିଛି ଓ ସେତେବେଳେ ବି କହିଥିଲି ଯେ ନ୍ୟାୟ ପାଇବା ପାଇଁ ସେମାନଙ୍କୁ ଯାହା ସାହାଯ୍ୟ ସହଯୋଗ ଆବଶ୍ୟକ ତାହା କରାଯିବ।

ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ଏହା ଏକ ବୀଭତ୍ସ ହତ୍ୟାକାଣ୍ଡ। କେବଳ ଓଡ଼ିଶା ନୁହେଁ, ସାରା ଭାରତ ବର୍ଷରେ ବୋଧହୁଏ ଏହା ଏକ ବିରଳ ଘଟଣା। ଏହି ଘଟଣାରେ ଜଣକୁ ମାରି ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡ଼ି ଦିଆଯାଇଛି। ଆଉ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏଫ୍‌ଆଇଆର୍‌କୁ ମଧ୍ୟ ବଦଳାଇବାକୁ ଚେଷ୍ଟା କରାଯାଇଛି। ମୁଁ ଏଫ୍‌ଆଇଆର ପଢ଼ିଛି। ମୁଁ ଭାବୁ ନାହିଁ ପୀଡ଼ିତାଙ୍କ ପରିବାର ସ୍ୱଇଚ୍ଛାରେ ସେହି ଏଫ୍‌ଆଇଆର୍‌ ଲେଖିଥିବ। ଏହା ସହିତ ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନରସିଂହ ମିଶ୍ର ଏବଂ ସିଧାସଳଖ ତୃତୀୟ ମହଲା (ଲୋକସେବା ଭବନ)ଋ ନିର୍ଦ୍ଦେଶାବଳୀ ଅନୁସାରେ ତଦନ୍ତ ଚାଲିଥିବା କଥା କହିଛନ୍ତି I ଏହା ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ କିମ୍ବା ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ନରସିଂହ ମିଶ୍ର।

ଏହାବାଦ ନରସିଂହ ମିଶ୍ର କହିଛନ୍ତି, ଦିଲ୍ଲୀରୁ ଏଆଇସିସି ହାଇକମାଣ୍ଡ ଖବର ପଠାଇଛନ୍ତି ଯେ ଯଦି ଝିଅର ମା’ଙ୍କ ଚିକିତ୍ସା ଦରକାର ତା’ହେଲେ ଦଳ ତାଙ୍କର ମାଗଣାରେ ଚିକିତ୍ସା କରାଇବ। ଏଠାରୁ ନେବା ବ୍ୟବସ୍ଥା ବି କରାଯିବ। ତାଙ୍କର ଚିକିତ୍ସା ପାଇଁ ଯାହା ସବୁ ଦରକାର, ସେସବୁ କରାଯିବ ବୋଲି ନରସିଂହ ମିଶ୍ର କହିଛନ୍ତି I

Leave A Reply

Your email address will not be published.