‘ପୁଅକୁ ଟିକେଟ୍ ଦେଲେ ସାଂସଦ ପଦରୁ ଇସ୍ତଫା ଦେବୀ ‘ ନଡ୍ଡାଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ରୀତା ବହୁଗୁଣା

0 22

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତା ମାନଙ୍କର ଦଳ ବଦଳ ପ୍ରକ୍ରିୟା ଚାଲୁରହିଛି I ଏହା ବାଦ ଆସନ ପାଇଁ ଟିକେଟ କୁ ନେଇ ମଧ୍ୟ ନେତା ମାନଙ୍କ ମଧ୍ୟରେ ଛକା ପଞ୍ଝା ଆରମ୍ଭ ହେଇଯାଇଛି I ଫଳରେ ମନପସନ୍ଦ ଆସନରୁ ଟିକଟ ପାଇବାକୁ ଥିବା ବହୁ ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି I ସେହି ଅନୁସାରେ ବିଜେପି ର ବରିଷ୍ଠ ନେତ୍ରୀ ପ୍ରୟାଗରାଜ ରୁ ସାଂସଦ ଥିବା ରୀତା ବହୁଗୁଣା ଯୋଶୀ ଲଖନଉ ର କ୍ୟାଣ୍ଟ ସିଟରୁ ତାଙ୍କ ପୁଅ ମୟଙ୍କ ଯୋଶୀଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ଏହି ଆସନରୁ ରୀତା ବାବହୁଗୁଣା ଯୋଶୀ ଦୁଇ ଦୁଇ ଥର ନିର୍ବାଚନ ଲଢ଼ି ଜିତ ହାସଲ କରିଛନ୍ତି ଇ ଏହି ପ୍ରସଙ୍ଗ ରେ ସେ କହିଛନ୍ତି କି ପୁଅକୁ ଟିକେଟ୍ ଦେଲେ ସାଂସଦ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ । ବିଜେପି ହାଇକମାଣ୍ଡରୁ ଏପରି ପ୍ରସ୍ତାବ ଦେଇଛନ୍ତି ବିଜେପି ନେତ୍ରୀ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ଏପରି ପ୍ରସ୍ତାବ ଦେଇଛନ୍ତି ରୀତା ବହୁଗୁଣା ଯୋଶୀ । ସୂଚନାଯୋଗ୍ୟ ବିଜେପି ସାଂସଦମାନଙ୍କୁ ଟିକେଟ ଦେବାକୁ ମନା କରିସାରିଛି। ଦଳ ଗୋଟିଏ ପରିବାର ଗୋଟିଏ ଟିକେଟ ନେଇ ଘୋଷଣା କରିଛି।
ଏ ସଂକ୍ରାନ୍ତରେ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ କହିଛନ୍ତି, ଦଳ ଗୋଟିଏ ପରିବାରରୁ କେବଳ ଜଣଙ୍କୁ ଟିକେଟ୍ ଦେବା ବାବଦରେ ଜାଣିବା ପରେ ମୁଁ ଏହି ପତ୍ର ଲେଖିଛି। ରୀତା କହିଛନ୍ତି, ଯଦି କେହି ରାଜନୀତିକୁ ଆସିବାକୁ ଚାହେଁ ଏବଂ ଦୀର୍ଘ ଦିନରୁ ସମାଜସେବାରେ ନିଜକୁ ଲିପ୍ତ ରଖିଛି, ତାଙ୍କୁ ଟିକେଟ ଦେବାରେ କୌଣସି ଅସୁବିଧା ନରହିବା ଦରକାର ।

ଏହାସହ ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ନ ଲଢିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ଏବେ ମୁଁ ସାଂସଦ ପଦରୁ ଇସ୍ତଫା ଦେଇ ଦଳ ପାଇଁ କାମ କରିବାକୁ ଚାହୁଁଛି। ପୁଅକୁ ଟିକେଟ ଦେବାରେ ଯଦି ମୋର ସାଂସଦ ପଦ ବାଧା ସୃଷ୍ଟି କରୁଛି, ତେବେ ଏହି ପଦବୀରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି ବୋଲି ପୂର୍ବରୁ ଘୋଷଣା କରିସାରିଛି I
ସୂଚନାନୁସାରେ ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିର ଅନେକ ନେତା ସେମାନଙ୍କ ପୁଅ କିମ୍ବା ଝିଅକୁ ରାଜନୈତିକ ଖାତରକୁ ଆଣି ପରମ୍ପରାକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି I ସେପଟେ ରୀତା ବହୁଗୁଣା ଯୋଶୀ ତାଙ୍କ ପୁଅଙ୍କୁ କେଣ୍ଟ ଆସନରୁ ଏଥିପାଇଁ ନିର୍ବାଚନ ଲଢାଇବାକୁ ଚାହୁଁଛନ୍ତି କି ରୀତା ନିଜେ ସେହି ଆସନରୁ ଦୁଇଥର ବିଧାୟକ ଭାବେ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.