ସଂସଦରେ ଓଡ଼ିଶାର ନାର୍ଯ୍ୟ ଦାବିକୁ ଉପସ୍ଥାପନ କରିବି: ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ

181

ଆଜି ୪ ଟି ରାଜ୍ୟସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣାକରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ସେମାନଙ୍କ ମଧ୍ୟରେ ସୁଲତା ଦେଓ, ସସ୍ମିତ ପାତ୍ର, ପଶ୍ଚିମ ଓଡ଼ିଶାର ନିରଞ୍ଜନ ବିଶି ଙ୍କ ସହିତ ରାଜ୍ୟସରକାରଙ୍କ ଗଣମାଧ୍ୟମ ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ, ନାଁ ଘୋଷଣା କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ନାଁରେ ମୋହର ମାରିଛନ୍ତି ।ସାମ୍ବାଦିକତାରୁ ସଫଳ ରାଜନେତା ମାନସ ମଙ୍ଗରାଜ । ସାମ୍ବାଦିକତାରେ ଯେତିକି ଚର୍ଚ୍ଚିତ, ରାଜନୀତିରେ ସେତିକି ପ୍ରଭାବୀ ସେ ।ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି ମାନସ ମଙ୍ଗରାଜ । ଦଳର ସଂଗଠନ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟସଭା ପାଇଁ ନାଁ ଘୋଷଣା ପରେ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସଂସଦରେ ଓଡ଼ିଶାର ନାର୍ଯ୍ୟ ଦାବିକୁ ଉପସ୍ଥାପନ କରିବେ ବୋଲି କହିଛନ୍ତି ।

Comments are closed, but trackbacks and pingbacks are open.