“ମୁଁ କୌଣସି ବି ପରିସ୍ଥିତିରେ ମୋ ଦେଶ ଛାଡ଼ି ଯିବିନାହିଁ” ଯଦି ପାରୁଛ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଅ :ୟୁକ୍ରେନ ରାଷ୍ଟ୍ରପତି

114

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଆଜି ତୃତୀୟ ଦିନ I ବର୍ତ୍ତମାନ ରୁଷ ସେନା କିଭ ସହର ରେ ପ୍ରବେଶ କରିସାରିଲେଣି I ଏଯାଏଁ ରାଜଧାନୀ କିଭ୍‍ ରୁଷ ସେନା ଦ୍ୱାରା ଅଧିକୃତ ହୋଇପାରି ନାହିଁ। କିନ୍ତୁ ବର୍ତ୍ତମାନ ରୁଷ ଯେକୌଣସି ମୁହୂର୍ତ୍ତରେ କିଭ୍‌ ଦଖଲ କରିନେଇପାରେ। ରୁଷ ସେନା ପଟୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶ ଛାଡ଼ିବା ପାଇଁ ମିଳିଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏହା ପରେ ରାଷ୍ଟ୍ରପତି ନିଜେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ଦେଶ ୟୁକ୍ରେନରେ ରହିଛନ୍ତି। ସେ କହିଛନ୍ତି ଯେ ସେ କିଭ ରେ ଦୃଢ଼ତା ର ସହ ଲଢେଇ ଜାରି ରଖି ଛନ୍ତି ଏବଂ ୟୁକ୍ରେନକୁ ରକ୍ଷା କରୁଛନ୍ତି। ଏହା ସହିତ ସେ ପଛକୁ ହଟିବେ ନାହିଁ ବୋଲି ବୟାନ ଦେଇଛନ୍ତି I

ରୁଷ ର ପ୍ରଚଣ୍ଡ ଆକ୍ରମଣ କୁ ଦେଖି ତେଣୁ ସ୍ଥିତି ବିଗିଡ଼ା ପୂର୍ବରୁ ଜେଲେନସ୍କି ତାଙ୍କ ପରିବାର ସହ ତୁରନ୍ତ କିଭ୍‌ ଛାଡ଼ି ଦିଅନ୍ତୁ ବୋଲି ଆମେରିକା ପ୍ରସ୍ତାବ ଦେଇଥିଲା। କିନ୍ତୁ ଆମେରିକାର ପ୍ରସ୍ତାବକୁ ଖଣ୍ଡନ କରିଛନ୍ତି ଜେଲେନସ୍କି । ଏପରିକି ତାଙ୍କୁ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଦରକାର ବୋଲି ସେ କହିଛନ୍ତି । ତାଙ୍କୁ ଦେଶରୁ ସୁରକ୍ଷିତ ବାହାର କରି ଆମେରିକା ଆଶ୍ରୟ ଦେବ ବୋଲି ମଧ୍ୟ ପରୋକ୍ଷରେ ସଙ୍କେତ ଦେଇଥିଲା। ଏହା ସହିତ ଦୃଢତାର ସହ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ସେ ଡରି ପଳାଇବା ଲୋକ ନୁହେଁ ।ଯଦି ସାହାଯ୍ୟ କରିବାକୁ ଚାହୁଁଛ ତେବେ ଗୁଳିଗୋଳା ଦିଅ ବୋଲି ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଥିଲେ ।
ସେ କହିଛନ୍ତି, “ମୁଁ କୌଣସି ବି ପରିସ୍ଥିତିରେ ମୋ ଦେଶ ଛାଡ଼ି ଯିବିନାହିଁ। ମୁଁ ଦେଶ ଛାଡ଼ି ଭୟରେ ଚାଲି ଯାଉଥିବା ଲୋକ ନୁହେଁ। ଯଦି ଆପଣଙ୍କୁ ସହଯୋଗ କରିବାର ଅଛି, ତା’ହେଲେ ମୋତେ ଅଧିକ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଦିଅନ୍ତୁ। ମୁଁ ଶେଷ ମୁହୂର୍ତ୍ତ ଯାଏ ରୁଷ ସହ ଲଢ଼େଇ କରିବି।

ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଗତ ଗୁରୁବାର ଠାରୁ ଭୟଙ୍କର ଯୁଦ୍ଧ ଜାରି ରହିଛି । ଋଷ ସେନା ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ କବଜା କରି ଚାଲିଛି । ୟୁକ୍ରେନ ସେନା ମଧ୍ୟ ପାଲଟା ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଇ ଦୁଇ ପକ୍ଷ ରୁ ଅନେକ ସେନା ଙ୍କ ସହିତ ସାଧାରଣ ଜନତା ମୃତ୍ୟୁ ମୁଖରେ ପଡିଲେଣି ଇ ଆଜି ମଧ୍ୟରାତ୍ରରୁ ରାଜଧାନୀ କିଭରେ ରୁଷ ସେନା ପ୍ରବେଶ କରିଛନ୍ତି । ଏହି ସମୟରେ ତେବେ ୟୁକ୍ରେନ ମଧ୍ୟ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁ ଥିବା ସମୟରେ ନିଜ ଦେଶ ର ନାଗରିକ ମାନଙ୍କୁ ରାସ୍ତାକୁ ବାହାରନ୍ତୁ ନ ବାହାରି ଘରେ ହିଁ ରୁହନ୍ତୁ ବୋଲି ଅପିଲ କରିଛି । ରୁଷ ର ପ୍ରଚଣ୍ଡ ଗୁଳି ମାଡ଼ରୁ ରକ୍ଷା ପାଇବା ପାଇଁ ନିଜ ଦେଶ ନାଗରିକ ମାନଙ୍କୁ ଙ୍କୁ ଝରକା କିମ୍ବା ବାଲକୋନିକୁ ଯିବାକୁ ମଧ୍ୟ ମନା କରାଯାଇଛି I

Comments are closed, but trackbacks and pingbacks are open.