ମୁଁ ଆଉ ଲଢିବିନି, ପୁଅ ମନ୍ମଥ ଜଟଣୀରୁ ଲଢିବ: ସୁରା ରାଉତ

21

ପୁଣିଥରେ ନିଜ ବୟାନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ଜଟଣୀରୁ ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଏ କଥା ଆମେ କହୁ ନାହୁଁ । ଖୋଦ୍ ସୁର ରାଉତରାୟ ଏହି କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ମୁଁ ଆଉ ଲଢିବିନି। ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ଲଢିବ। ମୋତେ ୮୦ ବର୍ଷ ହେଲାଣି। ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଥିଲା। ମୋ ପୁଅ ସିଦ୍ଧାର୍ଥ ରାଉତରାୟ ଯେଉଁ ପାହାଡ଼ ଚଢି ରେକର୍ଡ କରିଛି ତା ସଫଳତା ବିଷୟରେ ଜଣେଇବା ପାଇଁ ଯାଇଥିଲି। ଭଲ ଆଲୋଚନା ହେଲା। ମୁଖ୍ୟମନ୍ତ୍ରୀ ଏବଂ ଫାଇବ୍ ଟି ସଚିବ ଜାଣି ଖୁସି ହେଲେ ଆଉ ବି ଆଶ୍ଚାର୍ଯ୍ୟ ହେଲେ। କେବଳ ମୋ ବଡ଼ ପୁଅ କଥା ଚର୍ଚ୍ଚା ହେଲା ଅନ୍ୟ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା ମନା କରିଛନ୍ତି ସୁର ରାଉତରାୟ। ମୁଁ ୫୫ ବର୍ଷ ହେଲା କଂଗ୍ରେସରେ ରହିଛି ଆଉ ରହିବି ।

ବିଜେଡି କୁ ଯିବାର ଚାନ୍ସ ନାହିଁ । ମୋ ସାନ ପୁଅ ମନ୍ମଥ କଂଗ୍ରେସରୁ ହିଁ ଲଢିବ। ଗତକାଲି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଏବଂ ଫାଇବ୍ ଟି ସଚିବଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

Comments are closed, but trackbacks and pingbacks are open.