କଂଗ୍ରେସ ହାରିଲେ ମୁଁ ଦାୟୀ ରହିବି ; ବିରୋଧୀଙ୍କୁ କଟାକ୍ଷ କରି କହିଲେ ମଲିକାର୍ଜୁନ

22

ପାଖେଇ ଆସୁଛି କର୍ଣ୍ଣାଟକ ନିର୍ବାଚନ । ହାତରେ ସମୟ କମ ରହିଥିବାବେଳେ ଏବେ କମ୍ପୁଛି ପ୍ରଚାର ମଇଦାନ । ଲୋଭନୀୟ ଘୋଷଣା କରି ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି ନେତା। ଏହାସହିତ ଶାସକ ଓ ବିରୋଧୀଂକ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ଅନେକ କଥା କହିଥିବା ବେଳେ ଚଳିତ ଥର କଂଗ୍ରେସ ଜିତିବା ନେଇ ସେ ଦମ୍ଭୋକ୍ତି ଦେଖାଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ ସାକ୍ଷାତକାରରେ କହିଛନ୍ତି, ମେ ୧୦ ନିର୍ବାଚନରେ ଯଦି ଦଳ ହାରିଯାଏ ତାହେଲେ ମୁଁ ଏଥିପାଇଁ ଦାୟୀ ରହିବି । କିନ୍ତୁ ମୁଁ ଚାହୁଁଛି କଂଗ୍ରେସର ବିଜୟୀ ହେଉ । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ବହୁମତରେ ବାଜି ମାରିବ ବୋଲି ଆଶା ରଖିଛୁ । କାରଣ ୨୦୧୪ ଲୋକସଭାରେ ପରାଜୟକୁ ଦଳ ଓଲଟାଇବା ପାଇଁ ଚାହୁଁଛି ।

ତେବେ ସୂଚନାଯୋଗ୍ୟ ଯେ, ୨୦୧୮ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଜେଡିଏସ ସହ ମେଣ୍ଟ ସରକାର ଗଠନ କରିଥିଲା । କିନ୍ତୁ ପରେ ଏହି ସରକାର ଭାଙ୍ଗି ଯାଇଥିଲା । ଫଳରେ ରାଜ୍ୟରେ ବିଜେପି ଏକ ମାତ୍ର ଦଳ ଭାବେ କ୍ଷମତା ବିସ୍ତାର କରିଥିଲା । କିନ୍ତୁ ଏବେ ଖଡଗେ କହିଛନ୍ତି, ଚଳିତ ଥର କୌଣସି ଝୁଲା ସରକାର ହେବ ନାହିଁ । କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବ ।

ତେବେ ଆସନ୍ତା ମେ ୧୦ ତାରିଖରେ କର୍ଣ୍ଣାଟକ ନିର୍ବାଚନ ନିର୍ବାଚନ ହେବାକୁ ଥିବା ବେଳେ ମେ ୧୩ ତାରିଖରେ ଭୋଟ ଗଣତି ହେବ । ସବୁ ଦଳ ବର୍ତ୍ତମାନ ନିଜର ବିଜୟ ନେଇ ଦୃଢୋକ୍ତି ଦେଖାଉଥିବାବେଳେ କର୍ଣ୍ଣାଟକରେ କିଏ ସରକାର ଗଢ଼ୁଛି ତାହାକୁ ସାରା ଦେଶ ଅପେକ୍ଷା କରିଛି।

Comments are closed, but trackbacks and pingbacks are open.