‘ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରୁଛି’ ମୁମ୍ବାଇ ଇଣ୍ଡିଆନ୍ସ ର ଲଗାତାର ୬ଷ୍ଠ ପରାଜୟ ପରେ କ୍ୟାପଟେନ ରୋହିତ ଶର୍ମା ଅତ୍ୟନ୍ତ ନିରାଶ ହୋଇ କହିଛନ୍ତି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ -2022) ର ବର୍ତ୍ତମାନର ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ଷଷ୍ଠ ପରାଜୟର ସମ୍ମୁଖୀନ ହୋଇଛି I ଏଥିରେ ଦଳର ଅଧିନାୟକ ରୋହିତ ଶର୍ମା ଅତ୍ୟନ୍ତ ନିରାଶ ହୋଇଛନ୍ତି । ଦଳର କ୍ଷତି ପାଇଁ “ସମ୍ପୂର୍ଣ୍ଣ ଦାୟିତ୍ବ ” ଗ୍ରହଣ କରି ରୋହିତ ଶର୍ମା କହିଛନ୍ତି ଯେ ଦଳର ଅଭିଯାନକୁ ଟ୍ରାକକୁ ଫେରାଇ ଆଣିବା ପାଇଁ କଣ ଉନ୍ନତି କରାଯିବା ଆବଶ୍ୟକସେ କିଛି ବୁଝି ପାରୁ ନାହାନ୍ତି I ରୋହିତ ନିଜେ ମଧ୍ୟ ଲକ୍ଷ ସ୍ଥିର କରିପାରୁ ନାହାନ୍ତି I ଏହା ସହିତ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ସେ ୬ ଟି ମ୍ୟାଚରେ ମାତ୍ର ୧୪୧ ରନ୍ ସଂଗ୍ରହ କରି ନିଜର ଶ୍ରେଷ୍ଠ ସ୍କୋର ୪୧ ରନ୍ କରିଛନ୍ତି।
ଆଜି ର ମ୍ୟାଚ ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ତଥା ଅଧିନାୟକ କେ.ଏଲ୍ ରାହୁଲ (103 *) ଶତକ ସାହାଯ୍ୟରେ ମୁମ୍ବାଇ ସମ୍ମୁଖରେ ୨୦୦ ରନ୍ ର ଲକ୍ଷ ରଖିଥିଲା I ଏହାର ଜବାବରେ ମୁମ୍ବାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୧ ରନ୍ ସ୍କୋର କରି ମ୍ୟାଚକୁ ୧୮ ରନ୍ ରେ ହରାଇଥିଲା। ଲିଗ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଯେତେବେଳେ ମୁମ୍ବାଇର ଦଳକୁ ଲଗାତାର ୬ ଟି ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି I
Comments are closed, but trackbacks and pingbacks are open.