‘ମୁଁ ୨୭ ୟୁରୋପୀୟ ନେତାଙ୍କ ସହ କଥା ହେଲି, ସମସ୍ତେ ଭୟଭୀତ’: ୟୁକ୍ରେନର ରାଷ୍ଟ୍ରପତି

24

କିଭ : ଗତ ଗୁରୁବାର ଭୋର ୫ ଟାରୁ ରୁଷିଆ -ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ୟୁକ୍ରେନର ରାଜଧାନୀ କିଭ୍‌କୁ ଚତୁଃପାର୍ଶ୍ଵରୁ ଘେରି ନେଇଛି ରୁଷ । ରୁଷର ପ୍ରଚଣ୍ଡ ଆକ୍ରମଣରେ ଥରହର ହେଲାଣି ୟୁକ୍ରେନ I ରୁଷ ଆକ୍ରମଣ କଲେ ୟୁରୋପୀୟ (ନାଟୋ) ଦେଶଗୁଡ଼ିକ ୟୁକ୍ରେନକୁ ସହଯୋଗ କରିବେ ବୋଲି କିଭ୍‌ ଆଶା ରଖିଥିଲା। ହେଲେ କେହି ବି ୟୁକ୍ରେନକୁ ସହଯୋଗ କରୁ ନଥିବାରୁ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି କୌଣସି ପରିସ୍ଥିତିରେ ସେ ହାର ମାନିବେ ନାହିଁ । ସମସ୍ତେ ୟୁକ୍ରେନକୁ ଏକାକୀ ଲଢ଼ିବାକୁ ଛାଡ଼ି ଦେଇଥିବା ସେ ବେଶ କ୍ଷୋଭର ସହ କହିଛନ୍ତି। ରୁଷ ଆକ୍ରମଣର ପ୍ରଥମ ଦିନରେ ୟୁକ୍ରେନ ୧୩୭ ଜଣଙ୍କୁ ହରାଇଛି। ସେ ଫେବୃଆରୀ ୨୫ ତାରିଖ ସକାଳେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି ଏବଂ କହିଛନ୍ତି, ବର୍ତ୍ତମାନ ମସ୍କୋ କରୁଥିବା ହମଲାର ଜବାବ ଦେବାକୁ ହେବ ୟୁକ୍ରେନ ଯଥା ସମ୍ଭବ ନିଜର ଅଖଣ୍ଡତା ଏବଂ ସାର୍ବଭୌମତାର ରକ୍ଷା କରିବାକୁ ଉଦ୍ୟମ ଜାରି ରଖିବ।
ଭୋଲଦିମିର ଜେନେଲସ୍କି କହିଛନ୍ତି ମୁଁ ୟୁରୋପ ର ୨୭ ଦେଶ ର ନେତାଙ୍କୁ ପଚାରିଲି ତୁମେ ଆମ ସହିତ ଅଛ କି? ‘ ସେମାନେ ଉତ୍ତର ଦେଇଛନ୍ତି ଯେ ସେମାନେ ଆମ ସହିତ ଅଛନ୍ତି, କିନ୍ତୁ ସେମାନେ ଆମକୁ ମିଳିତ ସାହାଯ୍ୟ କରିବାକୁ ଚାହୁଁ ନାହାଁନ୍ତି। ମୁଁ ୟୁରୋପର ୨୭ ନେତାଙ୍କୁ ପଚାରିଛି କି ୟୁକ୍ରେନ ନାଟୋରେ ସଦସ୍ୟ ରହିବ କି ? କିନ୍ତୁ ବର୍ତ୍ତମାନ ସମସ୍ତେ ଭୟଭୀତ ହୋଇ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି ଇ ତେଣୁ “ଆମ ଦେଶର ସୁରକ୍ଷା ଆମକୁ କରିବା ପାଇଁ ସମସ୍ତେ ଏକା ଛାଡ଼ି ଦେଇଛନ୍ତି। ସମସ୍ତେ ଏବେ ଡରିବାରେ ଲାଗିଛନ୍ତି।

Comments are closed, but trackbacks and pingbacks are open.