ମୋ ପ୍ରତି ଅନ୍ୟାୟ ହେଉଛି

29

ସରଗରମ ହେଉଛି ରାଜ୍ୟ ରାଜନୀତି । କଂଗ୍ରେସ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ୱାରା ଅଣାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସ ମୁଭ ନ ହେବାକୁ ନେଇ ବିଧାନସଭା ସରଗରମ । ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣା ଯାଇଥିବାରୁ ତାକୁ ଗ୍ରହଣ କରା ଗଲାନି କି ବୋଲି ପ୍ରଶ୍ନ କଲେ ନରସିଂହ ? ଏହାସହ ନରସିଂହ କହିଛନ୍ତି, ପୂର୍ବରୁ ଯେବେ ସ୍ୱାଧିକାର ଭଙ୍ଗ ନୋଟିସ ମୁଁ ଯେଉଁ ଦିନ ଦେଇଛି ସେହି ଦିନ ଗ୍ରହଣ ହୋଇଛି କିନ୍ତୁ ଆଜି ବାଚସ୍ପତି କହୁଛନ୍ତି ସ୍ୱାଧିକାର ଭଙ୍ଗ ନୋଟିସ ପୂର୍ବ ଦିନ ଦିଆ ଯିବାର ନିୟମ ରହିଛି । ତା ପରେ ତାକୁ ଅନୁଧ୍ୟାନ କରି ଉପସ୍ଥାପିତ କରିବା ପାଇଁ କୁହାଯିବ ।

ଏହା ମୋ ପ୍ରତି ଅନ୍ୟାୟ ହେଉଛି । ନରସିଂହଙ୍କ ଏହି ଦାବିକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । କାହିଁକି ନରସିଂହ ମିଶ୍ରଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ ମୁଭ କରିବାକୁ ଦିଆଯାଉନି ବୋଲି କହିଥିଲେ । ବିଧାନସଭାରେ ବିନା ଅନୁମତିରେ ମୁଖ୍ୟମନ୍ତ୍ରୀ ଲିଖିତ ବିବୃତି ପଢିଲେ ବୋଲି ପ୍ରଶ୍ନ କଲେ ନରସିଂହ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ ଉଭୟ ବିରୋଧୀ ଓ ଶାସକ ।

ଏସବୁ ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଗୋଟିଏ ପଏଣ୍ଟ ସବୁବେଳେ ଉଠାଉଛନ୍ତି ଲିଖିତ ବିବୃତି କାହିଁକି ପଢୁଛନ୍ତି । ମନ୍ତ୍ରୀ ଗୋଟେ ଡ଼କ୍ୟୁମେଣ୍ଟ ପଢି ପାରିବ ସେ ନିୟମ ରହିଛି । ଲୋକସଭା ରେ ବି ଏହି ବ୍ୟବସ୍ଥା ରହିଛି ।

Comments are closed, but trackbacks and pingbacks are open.