ମୁଁ ବି ଗାଁ ରୁ ଆସିଛି ; ୨୦KM ସାଇକେଲରେ ସ୍କୁଲକୁ ଯାଉଥିଲି

49

ମୟୂରଭଞ୍ଜ: ଦ୍ବିତୀୟ ଦିନରେ ମୟୂରଭଞ୍ଜରେ ମାରାଥନ ସମୀକ୍ଷା କରୁଛନ୍ତି ୫-ଟି ସଚିବ । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି ।  ବାଙ୍ଗିରିପୋଷି କଲାବାଡ଼ିଆ ଫୁଟବଲ ପଡିଆରେ ଆୟୋଜିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ ।  ୫-ଟି ସଚିବଙ୍କୁ ପାଖରେ ପାଇ ହୁଳ ହୁଳି ପକାଇ ସ୍ବାଗତ କରିଥିଲେ ମହିଳା । ଲୋକଙ୍କୁ ଭେଟିବା ସହ ଦାବିପତ୍ର ଗ୍ରହଣ କରିଥିଲେ ୫-ଟି ସଚିବ । ଯେଉଁ ସବୁ ସମସ୍ୟା ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ।

ଏଇଟା ପ୍ରଥମ ପର୍ଯ୍ୟାୟ ଅନୁଦାନ, ଭଲ କାମ କଲେ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ଅନୁଦାନ ବି ମିଳିବ ବୋଲି କହିଥିଲେ ୫-ଟି ସଚିବ। ମୁଖ୍ୟମନ୍ତ୍ରୀ ଏତେ ସବୁ ଦେଇଛନ୍ତି, ଏବେ ତମେ ମାନେ ସ୍ୱପ୍ନ କୁ ସାକାର କର। ମୁଁ ବି ଗାଁ ରୁ ଆସିଛି। ସ୍କୁଲକୁ ୨୦ କିଲୋମିଟର ସାଇକେଲରେ ଯାଉଥିଲି ବୋଲି କହିଛନ୍ତି ୫-ଟି ସଚିବ।

ଏହା ସହ ୫-ଟି ସଚିବ ଆହୁରି କହିଥିଲେ , ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଆସିଛି, ତାର ସମାଧାନ କରାଯିବ । ଯେଉଁ ଅନୁଦାନ ମିଳିବ, ତାକୁ ଭଲ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି ୫-ଟି ସଚିବ । ଦୁଇ ଦିନ ମଧ୍ୟରେ ପିଇବା ପାଣି ସମସ୍ୟାର ସମାଧାନ କରାଯିବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଂଜିନିଆର ପହଞ୍ଚିବେ । ଆପଣଙ୍କ ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି ୫-ଟି ସଚିବ । ସେହିପରି ମିଶନ ଶକ୍ତି ମା’ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ୫-ଟି ସଚିବ । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ ୩୨୦ କୋଟି ଟଙ୍କାରେ ୨ଟି ମେଗା ପାଇପ ଜଳ ପ୍ରକଳ୍ପ କାମ ଚାଲିଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ଏହା ଶେଷ ହେବ ।

Comments are closed, but trackbacks and pingbacks are open.