ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ଟିକେ ସୁଧୁରିଥିଲେ ମଧ୍ୟ ସଂକଟାପନ୍ନ ରହିଛି । ସେ ଭୁବନେଶ୍ଵର ଏମ୍ସ ICUରେ ଚିକିତ୍ସାଧୀନ ଅଛନ୍ତି। ହ୍ୟୁମାନ ସାଗର ଏକାଧିକ ରୋଗରେ ପୀଡ଼ିତ। ଶ୍ଵାସ ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଭେଣ୍ଟିଲେଟରରେ ରଖାଯାଇଛି। ରେନାଲ ଫେଲ୍ୟୁୟର୍ ହୋଇଛି। ତାଙ୍କୁ ନିୟମିତ CRRT ଡାଇଲିସିସ୍ କରାଯାଉଛି। ତାଙ୍କୁ ସବୁବେଳେ ମନିଟରିଂ କରୁଛନ୍ତି MICU ଟିମ୍। ଏକାଧିକ ସ୍ପେସାଲିଷ୍ଟ ଡାକ୍ତର ତାଙ୍କର ଚିକିତ୍ସା କରୁଛନ୍ତି। ଆଗ ଅପେକ୍ଷା ସେ ସାମାନ୍ୟ ସୁସ୍ଥ ଅଛନ୍ତି । ଭୁବନେଶ୍ଵର ଏମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ୧୪ ତାରିଖରେ ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଏକାଧିକ ରୋଗରେ ପୀଡ଼ିତ। ମଲଟି ଅର୍ଗାନ୍ ଡିଫଙ୍କନ ସିଣ୍ଡ୍ରୋମ୍ ସହିତ ଗୁରୁତର ଲିଭର ସମସ୍ୟା, ନିମୋନିଆ ଓ ହୃଦରୋଗରେ ପୀଡ଼ିତ ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି। ହ୍ୟୁମାନ ସାଗରଙ୍କୁ ଉନ୍ନତ ଚିିକିତ୍ସା ପାଇଁ ତାଙ୍କ ମାଆ ଅନୁରୋଧ କରିଥିଲେ। ପୁଅ ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ ଲୋକଙ୍କୁ ଅନୁରୋଧ କରିଥିଲେ।
Comments are closed, but trackbacks and pingbacks are open.