ହାଇଦ୍ରାବାଦ ବନାମ ପଞ୍ଜାବ: ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୮/୧୫୭

29

ୱାନଖେଡେ ଷ୍ଟାଡିୟମରେ ପୂର୍ବତନ ଚାମ୍ପିଅନ୍ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଚାଲିଥିବା ଆଇପିଏଲ୍ ର ଶେଷ ଲିଗ୍ ମ୍ୟାଚ୍ ଖେଳାଯାଉଛି I ହାଇଦ୍ରାବାଦ ଅଧିନାୟକ ଭୂବନେଶ୍ୱର କୁମାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହାଇଦ୍ରାବାଦ ୮ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୫୭ ରନ୍ ସଂଗ୍ରହ କରି ପଞ୍ଜାବ କିଙ୍ଗ୍ସକୁ ଜିତିବା ପାଇଁ ୧୫୮ ରନର ଲକ୍ଷ୍ୟ ଦେଇଛି I ଓପନର୍ ଅଭିଷେକ ଶର୍ମା ହାଇଦ୍ରାବାଦ ପାଇଁ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ। ସେ ୩୨ ବଲ୍ ରେ ୫ ଚୌକ ଓ ୨ ଛକା ମାରିଥିଲେ I ଅଭିଷେକ ଏବଂ ରାହୁଲ ତ୍ରିପାଠୀ ଦ୍ୱିତୀୟ ୱିକେଟ୍ ଯୋଡିରେ ୨୦ ରନ ଓ ରୋମାରିଓ ଶେଫାର୍ଡ ୨୬ ରନ, ଓ୍ଵାଶିଂଟନ ସୁନ୍ଦର ୨୫ ରନ, ଆଡନ ମାରକ୍ରମ ୨୧ ଏବଂ ରାହୁଲ ତ୍ରିପାଠୀ ୨୦ ରନ କରିଛନ୍ତି। କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରିନପାରିବାରୁ ହାଇଦ୍ରାବାଦ ୧୫୭ ରନରେ ସୀମିତ ରହିଛି। ପଞ୍ଜାବ ପକ୍ଷରୁ ହରପ୍ରୀତ ବ୍ରାର ୨୬ ରନ ଦେଇ ୩ ଏବଂ ନାଥନ ଏଲିସ ୪୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.