ରାଜଧାନୀରେ ହେଲା ଶତପ୍ରତିଶତ ଟିକାକରଣ, ଜୁନିୟର ବିଶ୍ୱକପ ହକି ପାଇଁ ଭୟ ନାହିଁ

18

କୋଭିଡ ସଂକ୍ରମଣ ଫଳରେ କଳିଙ୍ଗ ଷ୍ଟାଡିୟମ ରେ ଖେଳାଯିବାକୁ ଥିବା ଜୁନିୟର ହକି ବିଶ୍ୱକପ ନେଇ ଦ୍ୱନ୍ଦ୍ୱ ର ପୂର୍ଣ୍ଣଛେଦ ପଡିଛି I ଚଳିତ ନଭେମ୍ବର ମାସ ୨୪ ତାରିଖରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ କୋଭିଡି ସଂକ୍ରମଣ ଏବଂ ଏହାର ଟୀକାକରଣ କୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ଶତପ୍ରତିଶତ ଲୋକ ଡବଲ ଡୋଜ କରୋନା ଟିକା ନେଇଥିବାରୁ ଏହି ବିଶ୍ୱକପ ଆୟୋଜକ ଓଡିଶା ଆଶ୍ୱସ୍ତ ଅନୁଭବ କରୁଛି ବୋଲି କହିଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ସେବା ବ୍ୟାପାର ସଚିବ ଭିନିଲ କ୍ରିଷ୍ନା । ଏ ସମ୍ପର୍କରେ ଅଧିକ ସୂଚନା ଦେଇ କ୍ରୀଡା ବିଭାଗ ସଚିବ ଭିନିଲ କ୍ରିଷ୍ନା କହିଛନ୍ତି ଯେ ଓଡିଶାର ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଦିନ ସବୁଠାରୁ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ଯାଇଛି । ସେହିରି ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାରେ ହୋଇ ଥିବାରୁ ଜୁନିୟର ବିଶ୍ୱକପ ପାଇଁ ଏହା ସମସ୍ୟା ସୃଷ୍ଟି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ସଂପ୍ରତି କରୋନା ସଂକ୍ରମଣ ଅତି ମାତ୍ରାରେ ହ୍ରାସ ପାଇଥିବା ବେଳେ ଶତ ପ୍ରତିଶତ ଟିକାକରଣ ସମସ୍ତଙ୍କୁ ଆଶ୍ୱସ୍ତ କରିଛି । କାରଣ ଗତ ଅକ୍ଟୋବର ମାସ ୧୪ ତାରିଖ ବେଳକୁ ପ୍ରତିଦିନ ଓଡିଶାର ମୋଟ କରୋନା ସଂକ୍ରମଣର ଶତକଡା ୪୫% କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଥିଲେ ।
ସେହିଭଳି ଜିଲ୍ଲାର ଅନ୍ୟ ସ୍ଥାନ ତୁଳନାରେ ଭୁବନେଶ୍ୱରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗ୍‌ଜନକ ସ୍ଥିତିରେ ପହଞ୍ଚି ଥିବା ବେଳେ ସଂପ୍ରତି ସମ୍ପୂର୍ଣ୍ଣ ହ୍ରାସ ହୋଇ ଯାଇଛି । ସେହିରି ଭୁବନେଶ୍ୱରେ ୧୮ ବର୍ଷରୁ ଉଦ୍ଧ୍ୱର୍ ଶତପ୍ରତିଶତ ଲୋକ ଡବଲ ଡୋଜ ଟିକା ନେବା ସବୁଠାରୁ ଅଧିକ ଖୁସିର ବିଷୟ । ନିର୍ଦ୍ଧାରିତ ସମୟ ମଧ୍ୟରେ କୋଭିଶିଲ୍ଡ ଟିକାର ଡବଲ ଡୋଜ ଟିକାକରଣ ନେଇ ସମସ୍ୟା ହେବାରୁ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦ୍ୱାରା ସମସ୍ତଙ୍କୁ ଡବଲ ଡୋଜ ଦିଆ ଯାଇ ପାରିଛି । କାରଣ ଭୁବନେଶ୍ୱର ଓଡିଶାର ରାଜଧାନୀ ହୋଇ ଥିବାୁ ଏଠାକୁ ଦେଶ ବିଦେଶର ଲୋକ ଯିବା ଆସିବା କରୁଛନ୍ତି । ସେହି ଦୃଷ୍ଟିରୁ ଶତପ୍ରତିଶତ ଟିକା କରଣ ଅତ୍ୟନ୍ତ ଜରୁରି ଥିଲା । ତେଣୁ ଏଠାକୁ ଆସିଥିବା ଏଫଆଇଏଚର ତଦାରଖକାରୀ ଦଳ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ।
ସୂଚନା ଯୋଗ୍ୟ ଯେ କରୋନା ସଂକ୍ରମଣ ଆତଙ୍କ ନେଇ ଇଂଲଣ୍ଡ ,ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଏହି ଜୁନିୟର ବିଶ୍ୱକପରେ ଭାଗ ନେବା ପାଇଁ ଭୟଭୀତ ହେବା ସହିତ ଏଥିରୁ ଓହରି ଗଲେ । ତେଣୁ ସେମାନଙ୍କ ସ୍ଥାନରେ ଆମେରିକା ,କାନାଡା ଓ ପୋଲାଣ୍ଡକୁ ସାମିଲ କରା ଯାଇଛି । ତେବେ ଏହି ବିଶ୍ୱକପକୁ ଆମେ ସମ୍ପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ଆୟୋଜନ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେବୁ । କ୍ରୀଡା ସଚିବ ଭିନିଲ କ୍ରିଷ୍ନା କହିଛନ୍ତି କି କରୋନା ଗାଇଡ ଲାଇନ ପାଳନ ସହିତ ଜୁନିୟର ବିଶ୍ୱକପକୁ ସଫଳତାର ସହିତ ଆୟୋଜନ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯିବ I

Leave A Reply

Your email address will not be published.