ହ୍ୟୁମାନ-ଶ୍ରେୟା କଳହ : ଅନ୍ତହେଲା ମନୋମାଳନ୍ୟ

22

ତୁଟିଲା ଦାମ୍ପତ୍ୟ କଳହ । ଅନ୍ତହେଲା ମନୋମାଳନ୍ୟ । ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ଆଲୋଚନା ପରେ ଉଭୟ ମିଳିମିଶି ରହିବାକୁ ରାଜି ହୋଇଛନ୍ତି। ସୁବିଧା ଦେଖି ମାସେ ମଧ୍ୟରେ ହ୍ୟୁମାନଙ୍କ ଘରକୁ ଫେରିବେ ଶ୍ରୀୟା। ଆଗକୁ ଆଉ କୌଣସି ବିବାଦ ହେବ ନାହିଁ ବୋଲି କହିଲେ ହ୍ୟୁମାନ-ଶ୍ରୀୟା ।

ସୂଚନାଯୋଗ୍ୟ, ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ଆଜି ମହିଳା ଥାନାରେ ପହଞ୍ଚିଥିଲେ। ହ୍ୟୁମାନ ସାଗରଙ୍କ ସହ ତାଙ୍କ ମା ଶେଫାଳି ସୁନା ମଧ୍ୟ ଥାନାକୁ ଆସିଥିଲେ। ଦ୍ୱିତୀୟ ଥର ପାଇଁ ଆଜି ପୁଲିସ ଉଭୟଙ୍କୁ କାଉନସେଲିଂ କରିଥିଲା। ଏହି ସମୟରେ ଏସପି ଅମିତାଭ ମହାପାତ୍ର ଓ ମହିଳା ଥାନାରେ ଅଧିକାରୀଙ୍କ ଉପସ୍ଥିତିରେ ଉଭୟ ନିଜର ନିଷ୍ପତ୍ତି ମହିଳା ଥାନାରେ ଜଣାଇଥିଲେ ।

ସୂଚନାଯୋଗ୍ୟ, କିଛିଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ ଶ୍ରେୟା। ପରେ ହ୍ୟୁମାନ ସାଗର ଓ ଶ୍ରେୟା ମିଶ୍ରଙ୍କୁ କାଉନସେଲିଂ ପାଇଁ ମହିଳା ଥାନାକୁ ଡକାଯାଇ କାଉନସେଲିଂ କରାଯାଇଥିଲା। କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ। ପରେ ଶ୍ରେୟା ବ୍ୟକ୍ତିଗତ ସମସ୍ୟା ଥିବାରୁ ଥାନାକୁ ଆସିପାରିବେ ନାହିଁ ଏବଂ ୩୦ ତାରିଖରେ ଆସିବା ନେଇ ଅଧିକାରୀଙ୍କୁ ଅବଗତ କରିଥିଲେ। ଆଜି ଉଭୟ ମହିଳା ଥାନାରେ ହାଜର ହେବା ପରେ ଉଭୟଙ୍କର କାଉନସେଲିଂ କରାଯାଇଥିଲା।

Comments are closed, but trackbacks and pingbacks are open.