ଭୁବନେଶ୍ବର : ଭୁବନେଶ୍ବରରେ ଆପାର୍ଟମେଣ୍ଟରୁ ଲୁଟ ରୋକିବାକୁ କମିସନରେଟ ପୋଲିସର ବଡ଼ ଯୋଜନା । ଚୋରି ଓ ଲୁଟ ରୋକିବାକୁ ଆଣ୍ଟି ବର୍ଗଲାରୀ ସ୍କ୍ବାଡ ଓ ସ୍ପେସିଆଲ ସ୍କ୍ବାଡ ଗଠନ କରିଛି କମିସନରେଟ ପୋଲିସ। ଭୁବନେଶ୍ବର ଉପାନ୍ତ ଅଞ୍ଚଳରେ ସୁରକ୍ଷା କମ ଥିବା ଆପାର୍ଟମେଣ୍ଟକୁ ନେଇ ସର୍ଭେ ପରେ ଏହି ଟିମ ଗଠନ କରାଯାଇଛି। ଯେଉଁଠି ଆପାର୍ଟମେଣ୍ଟ ଫାଣ୍ଡି ଠାରୁ ଦୂରରେ ରହୁଛି କିମ୍ବା ପୋଲିସ ପହଞ୍ଚିବାରେ ବିଳମ୍ବ ହେଉଠି ସେଭଳି ସ୍ଥାନରେ ଆଣ୍ଟି ବର୍ଗଲାରୀ ସ୍କ୍ବାର୍ଡ ତୀକ୍ଷଣ ନଜର ରହିବ। ଯେଉଁଠି ରାତି ଅଧରେ ଲୁଟ ହେଉଛି କିମ୍ବା ଷ୍ଟ୍ରିଟ ଲାଇଟ ନାହିଁ ସେଠାରେ ଏହି ସ୍କ୍ବାର୍ଡକୁ ନିୟୋଜିତ କରାଯାଇଛି। ସହର ବାହାରେ ନାକା ମଧ୍ୟ କରାଯାଉଛି।
Comments are closed, but trackbacks and pingbacks are open.