ସୁନା ମୁଦ୍ରା ଚୋରା ଚାଲାଣ: ବିମାନ ବନ୍ଦରରୁ ଗିରଫ ହେଲେ କନ୍ନଡ ଅଭିନେତ୍ରୀ

144

ନୂଆଦିଲ୍ଲୀ: ସୁନା ତସ୍କରୀ ମାମଲାରେ ବନ୍ଧା ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରାନ୍ୟା ରାଓ । ଚଳଚ୍ଚିତ୍ର ‘ମାଣିକିଆ’ରେ କନ୍ନଡ ସୁପରଷ୍ଟାର ସୁଦୀପଙ୍କ ବିପକ୍ଷରେ ଅଭିନୟ କରିଥିବା ରାନ୍ୟାଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଏହି ଅଭିନେତ୍ରୀ ସୁନା ମୁଦ୍ରା ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ରାତିରେ ବେଙ୍ଗାଲୁରୁ ଏୟାରପୋର୍ଟରେ ସୁନା ଚାଲାଣ ଅଭିଯୋଗରେ ଡିଆରଆଇ ତାଙ୍କୁ ଗିରଫ କରିଛି । ଦୁବାଇରୁ ୧୪.୮ କେଜି ସୁନା ଆଣି ଭାରତ ଫେରୁଥିଲେ ଅଭିନେତ୍ରୀ ରାନ୍ୟା ରାଓ । ଯାଞ୍ଚ ପରେ ତାଙ୍କଠୁ ସୁନା ଜବତ କରିବା ସହ ରାନ୍ୟାଙ୍କୁ ଗିରଫ କରିଛି ଡିଆରଆଇ । ରାନ୍ୟା ରାଓ କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓଙ୍କ ଝିଅ । ଏତେ ପରିମାଣରେ ସୁନା ଜବତ ହେବା ପରେ ଡିଆରଆଇ ଟିମ ତାଙ୍କୁ ପଚରାଉଚରା କରୁଛି । ତେବେ ଦୀର୍ଘ ଦିନ ରାନ୍ୟା ସୁନା ତସ୍କରୀରେ ସାମିଲ ଥିବା ଖବର ପାଇଥିଲେ ଡିଆରଆଇ ଅଧିକାରୀ । ଗତ ୧୫ ଦିନ ମଧ୍ୟରେ ସେ ୪ ଥର ଦୁବାଇ ଯାତ୍ରା କରିଥିଲେ । ଏହାକୁ ନେଇ ତାଙ୍କ ଉପରେ ସନ୍ଦେହ ବଢିଥିଲା । ରାନ୍ୟାଙ୍କ ଉପରେ ନଜର ରଖିଥିଲେ ଡିଆରଆଇ ଟିମ୍‌ । ରାନ୍ୟା ସବୁ ଥର ତାଙ୍କ ବାପାଙ୍କ ପରିଚୟ ଦେଇ ଯାଞ୍ଚରୁ ବଞ୍ଚି ଆସୁଥିଲେ । କିନ୍ତୁ ଏଥର ଅଭିନେତ୍ରୀ ରାନ୍ୟା ସୁନା ନେଇ ଦୁବାଇରୁ ବେଙ୍ଗାଲୁରୁ ଫେରୁଥିବା ଖବର ପାଇଥିଲା ଡିଆରଆଇ । ବିମାନବନ୍ଦରରେ ତାଙ୍କ ଉପରେ ମାଡି ବସିଥିଲେ ଡିଆରଆଇ ଅଧିକାରୀ । ଯାଞ୍ଚ ବେଳେ ସେ ବିରୋଧ କରିଥିଲେ । ନିୟମ ଅନୁସାରେ, ଡିଆରଆଇ ଅଧିକାରୀ ତାଙ୍କୁ ପଚରାଉଚରା କରିବା ସହ ତଲାସି ନେଇଥିଲେ । ଯାଞ୍ଚ ବେଳେ ତାଙ୍କ ଠାରୁ ୧୪ କେଜି ୮୦୦ଗ୍ରାମ ସୁନା ଜବତ ହୋଇଛି । ତେବେ ସେ ତାଙ୍କ ଡ୍ରେସ୍ ଭିତରେ ସେ ସୁନା ଲୁଚାଇ ରଖିଥିଲେ । ତଲାସି ବେଳେ ପାଖାପାଖି ୧୫ କେଜି କେଜି ସୁନା ଜବତ କରାଯାଇଛି । ଡିଆରଆଇ ଅଧିକାରୀଙ୍କ ସୂଚନା ଅନୁସାରେ, ଜବତ ସୁନାର ମୂଲ୍ୟ ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ । ରାନ୍ୟା ଗିରଫ ହେବା ପରେ DRI ମୁଖ୍ୟାଳୟକୁ ଆଣି ତାଙ୍କୁ ପଚରାଉଚରା କରାଯାଉଛି । କର୍ଣ୍ଣାଟକରେ ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରାନ୍ୟା ରାଓ । ଯିଏକି ମାଣିକ୍ୟା ସିନେମାରେ ଅଭିନୟ କରିଥିଲେ । ଏହା ସହ ଅନେକ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି ।

Comments are closed, but trackbacks and pingbacks are open.