ଭୁବନେଶ୍ବର: ଦିନକୁ ଦିନ ପଶ୍ଚିମ ବଂଗରେ ନିର୍ମିତ ଜଗନ୍ନାଥ ମନ୍ଦିର ସ୍ଥାନର ନାମକରଣକୁ ନେଇ ବିବାଦ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଗନ୍ନାଥ ମନ୍ଦିର ସ୍ଥାନକୁ ଜଗନ୍ନାଥ ଧାମ ବୋଲି ଦେଇଥିବାରୁ ତାହାକୁ ନେଇ ଏହି ବିବାଦର ସୁତ୍ରପାତ ହୋଇଛି।ତେବେ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ଏକ ସ୍ଥାୟୀ ହୋଡିଂ ଲଗାଇଛନ୍ତି। ଯେଉଁଥିରେ ଲେଖା ହୋଇଛି ଜଗନ୍ନାଥ ଧାମ। ଏହାକୁ ନେଇ ପୁଣି ଥରେ ରାଜ୍ୟରେ ସ୍ବର ଉଠିଛି। ପୂର୍ବରୁ ମମତା କାହିଁକି ଏପରି ନାମ କରଣ କଲେ ବୋଲି ପ୍ରଶ୍ନ ଉଠିଥିଲା। ତାହା ଥମି ନ ଥିବା ବେଳେ ସେ ପୁଣି ଏକ ସ୍ଥାନୀୟ ହୋର୍ଡିଂ ଲଗାଇବା ନେଇ ବିବାଦ ତେଜିବାରେ ଲାଗିଛି। ଅନ୍ୟପଟେ ସେହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରୀମନ୍ଦିର ସେବାୟତ ରାମକୃଷ୍ଣ ଦାସମହାପାତ୍ର ଯୋଗଦେବା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି। ଅନ୍ୟପଟେ ସେ ବଙ୍ଗଳା ଟିଭିକୁ ସାକ୍ଷାତକାର ଦେଇ ଜଗନ୍ନାଥଙ୍କ ନବକଳେବର ବେଳେ ଆସିଥିବା ବଳକା କାଠରେ ସେଠାକାର ତିନି ମୃର୍ତ୍ତି ନିର୍ମାଣ କରାଯାଇଛି।ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ତଦନ୍ତ କମିଟ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଏହାପରେ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାକୁ ଅପେକ୍ଷା କରାଯାଇଛି।
Comments are closed, but trackbacks and pingbacks are open.