ଜେଲରେ ନବଜୋତ ସିଂ ସିଦ୍ଧୁଙ୍କ ପ୍ରଥମ ରାତି କିପରି ଥିଲା

177

୧୯୮୮ ରୋଡ଼ରେଜ୍‌ ମାମଲାରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ ଯାଇଛନ୍ତି। ଗତକାଲି ସେ ପଞ୍ଜାବର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଇଦିଆଯାଇଛି। ଶୁକ୍ରବାର ସିଧୁ ପଟିଆଲାସ୍ଥିତ ମୁଖ୍ୟ ଦୌରାଜଜ୍‌ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ପଟିଆଲାର କେନ୍ଦ୍ରୀୟ କାରାଗାରକୁ ପଠାଇଦିଆଯାଇଛି। ଜେଲ୍‌କୁ ପଠାଯିବା ପୂର୍ବରୁ ମାତା କୌଶଲ୍ୟା ହସ୍ପିଟାଲରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜେଲ୍‌ରେ ସିଧୁଙ୍କୁ ସ୍ବତନ୍ତ୍ର ଖାଦ୍ୟ ଯୋଗାଇ ଦେବା ଲାଗି ତାଙ୍କ ଓକିଲ ଏଚପିଏସ୍‌ ବର୍ମା ଅଦାଲତଙ୍କୁ ନିବେଦନ କରିଛନ୍ତି। ୫୮ବର୍ଷୀୟ ସିଧୁଙ୍କର ନିକଟରେ ଅ‌ସ୍ତ୍ରାପଚାର କରାଯାଇଥିଲା। ଏବେ ସେ ଚିକିତ୍ସା ପଦ୍ଧତିରେ ଅଛନ୍ତି। ଜେଲ୍‌ର ଯେଉଁ ବାରାକରେ ସିଧୁଙ୍କୁ ରଖାଯିବ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ସିଧୁ ପ୍ରଥମ ଦିନ ଜେଲ ରେ ରହିବାପରେ ରାତିରେ ରାତ୍ରି ଭୋଜନ କରି ନ ଥିବା ଜେଲ ଅଧିକାରୀ ପ୍ରକାଶ କରିଥିଲେ I କିନ୍ତୁ ଠିକ ସମୟରେ ଔଷଧ ଖାଇଥିଲେ I ପଟିଆଲା କେନ୍ଦ୍ରୀୟ ଜେଲର ଜଣେ ଅଧିକାରୀ କହିଛନ୍ତି ଯେ ସିଦ୍ଧୁ ଜେଲ କର୍ମଚାରୀଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।

ସେହିଭଳି ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜେଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ସିଦ୍ଧୁଙ୍କୁ ଜେଲରେ କୌଣସି ଭିଆଇପି ସୁବିଧା କିମ୍ବା ବିଶେଷ ଖାଦ୍ୟ ମିଳିବ ନାହିଁ। ତଥାପି, ତାଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଡାକ୍ତରଙ୍କ ପରାମର୍ଶରେ,କୌଣସି ବିଶେଷ ଖାଦ୍ୟ ସାମଗ୍ରୀ ଆବଶ୍ୟକ ହୁଏ, ତେବେ ସିଦ୍ଧୁ ଏହାକୁ ଜେଲ କ୍ୟାଣ୍ଟିନରୁ କିଣି ପାରିବେ I

କହିରଖୁଛୁ କି ସୁପ୍ରିମକୋର୍ଟ ଦେଇଥିବା ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ସିଦ୍ଧୁ ପ୍ରତିଦିନ ୪୦ ରୁ ୬୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । କେବଳ ଏତିକି ନୁହେଁ ଜେଲରେ ପ୍ରଥମ ତିନି ମାସ ତାଙ୍କୁ ବିନା ବେତନରେ ବିତାଇବାକୁ ପଡ଼ିବ । ଏହାର ଅର୍ଥ ଯେ, ଏହି ତିନି ମାସ ସିଦ୍ଧୁ ଜେଲରେ କାମ କରିବେ କିନ୍ତୁ ତାଙ୍କୁ କୌଣସି ପାରିଶ୍ରମିକ ମିଳିବ ନାହିଁ । ତେବେ ସିଦ୍ଧୁ ପାଠପଢ଼ିଥିବାରୁ ତାଙ୍କୁ ଫ୍ୟାକ୍ଟ୍ରିରେ କାମ ଦିଆଯାଇପାରେ । ଯେଉଁଠାରେ ଫର୍ଣ୍ଣିଚର ତିଆରି ହୋଇଥାଏ । ଏହାବାଦ୍ ତାଙ୍କୁ ଜେଲର ଲାଇବ୍ରୋରୀ କିମ୍ବା ଅଫିସରେ କୌଣସି କାମ ମିଳିପାରେ । ପ୍ରଥମ ତିନି ମାସ ସିଦ୍ଧୁଙ୍କୁ ଅର୍ଦ୍ଧକୁଶଳୀ କଏଦୀ ଭାବରେ ଭାବରେ ଧରାଯିବ । ଏହି ସମୟରେ ତାଙ୍କୁ ୩୦ ଟଙ୍କା ପାରିଶ୍ରମିକ ମିଳିବ । ଏହା ପରେ କୁଶଳୀ କଏଦୀ ହେବା ପରେ ତାଙ୍କୁ ୯୦ ଟଙ୍କା ପାରିଶ୍ରମିକ ମିଳିବ ।

ସେହିପରି ଜେଲରେ ରହୁଥିବା କଏଦୀଙ୍କୁ ସେମାନଙ୍କର ନାଁ ନୁହେଁ କଏଦୀ ନମ୍ବରରୁ ଚିହ୍ନଟ କରାଯାଏ। ପହଞ୍ଚିବା ମାତ୍ରେ ସିଦ୍ଧୁଙ୍କୁ କଏଦୀ ନମ୍ବର ୨୪୧୩୮୩ ମିଳିଛି। ଏହାଛଡା ଜେଲରେ ସିଦ୍ଧୁଙ୍କୁ ଏକ ଚେୟାର, ଦୁଇଟି ପଗଡି, ଗୋଟେ ଆଲମାରୀ, ଗୋଟିଏ କମ୍ବଳ, ଗୋଟେ ବେଡ୍‌, ତିନିଟି ଅଣ୍ଡରେଓ୍ଵୟର, ୨ଟି ଟାଓ୍ଵଲ, ହଳେ ଜୋତା, ଦୁଇଟି ବେଡସିଟ୍‌, ଚାରିଟି ଡ୍ରେସ ଦିଆଯାଇଛି।
ସିଧୁଙ୍କ ସହ ସେଠାରେ ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଶିରୋମଣି ଅକାଲୀ ଦଳର ନେତା ବିକ୍ରମ ସିଂ ମାଜିଥିଆ ରହୁଛନ୍ତି କିନ୍ତୁ ତାଙ୍କର ବ୍ୟାରେକ ଅଲଗା ରହିଛି I

Comments are closed, but trackbacks and pingbacks are open.