‘ଓମିକ୍ରନ୍’ ପାଇଁ କେତେଦିନ ପର୍ଯ୍ୟନ୍ତ ରହିବ ଟୀକାର ପ୍ରଭାବ:‘ଲେସେଣ୍ଟ’ ଦେଲା ରିପୋର୍ଟ

19

କରୋନା ଭାଇରସର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମଣ କୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସମ୍ପୂର୍ଣ୍ଣ ଟୀକା କାରଣ କୁ ଗୁରୁତ୍ତ୍ଵ ଦିଆ ଯାଇଛି ଇ ଭାରତ ରେ ମଧ୍ୟ ଗୋଟିଏ ସପ୍ତାହ ମଧ୍ୟରେ ଓମିକ୍ରନ ସଂକ୍ରମଣ ୨୫୦ ସଂଖ୍ୟା ପହଂଚିଲାଣି I ତେବେ କୋଭିଡର ଏହି ନୁତନ ପ୍ରଜାତି ଅଧିକ ପ୍ରାଣଘାତି ନ ହେଲେ ମଧ୍ୟ କରୋନା ତୁଳନାରେ ଏହା ୩ ଗୁଣ ଅଧିକ ସଂକ୍ରାମକ ବୋଲି ଜଣାପଡିଛି। ବର୍ତ୍ତମାନ ଓମିକ୍ରନ ସଂକ୍ରମଣ କୁ ନେଇ ଦେଶ ଗୁଡିକ ଟୀକା କରଣ ଅଭିଯାନ କୁ ଜୋରସୋର ଆଗେଇ ଥିବା ବେଳେ କରୋନାରୁ ସୁରକ୍ଷା ଲାଗି ଏହି ଟୀକା ର ପରାଭବ କୁ ନେଇ ଏକ ନକାରାତ୍ମକ ରିପୋର୍ଟ ଦେଇଛି ‘ଲେସେଣ୍ଟ’ ମ୍ୟାଗାଜିନ ଷ୍ଟଡ଼ିଜ I

ବର୍ତମାନ କୋଭିଡ ଟୀକା Kକୁ ନେଇ ‘ଲେସେଣ୍ଟ’ ମ୍ୟାଗାଜିନ ଚମକାଇଲା ଭଳି ତଥ୍ୟ ଦେଇଛନ୍ତି। ଏ ନେଇ ମ୍ୟାଗଜିନ କରିଥିବା ଅଧ୍ୟୟନରୁ ଅକ୍ସଫୋର୍ଡ ଓ ଏଷ୍ଟ୍ରାଜେନେକା ପ୍ରସ୍ତୁତ ଟିକା (କୋଭିସିଲ୍ଡ)ର ୨ ଡୋଜ ଯୋଗୁ ମିଳୁଥିବା ସୁରକ୍ଷା ମାତ୍ର ୩ ମାସରେ ହ୍ରାସ ହୋଇ ଯାଉଥିବାତେବେ ଗବେଷକମାନେ କୋଭିଡରେ ପ୍ରତିରକ୍ଷା ନେଇ ଏହି ଅଧ୍ୟୟନ କରିଥିଲେ। ଏଥିରେ ଓମିକ୍ରନ ଭାରିଏଣ୍ଟ ବିରୋଧରେ ଟିକାର ପ୍ରତିକ୍ରିୟା ସମ୍ପର୍କିତ କୌଣସି ଗବେଷଣା ହୋଇ ନାହିଁ। ହେଲେ ସାଧାରଣ କରୋନାରେ ଯଦି କୋଭିସିଲ୍ଡ ୩ ମାସ ପରେ ନିଷ୍କ୍ରିୟ ଏଥିରେ ଓମିକ୍ରନରୁ କିପରି ସୁରକ୍ଷା ମିଳି ପାରିବ ତାହା ଏବେ ଚିନ୍ତାର କାରଣ ପାଲଟିଛି। ଲେସେଣ୍ଟ ନିକଟରେ ଏଷ୍ଟ୍ରାଜେନେକାର କୋଭିସିଲ୍ଡ ଟିକାକରଣ କରିଥିବା ସ୍କଟଲ୍ୟାଣ୍ଡର ୨୦ଲକ୍ଷ ଓ ବ୍ରାଜିଲର ୨.୪ କୋଟି ଲୋକଙ୍କ ଉପରେ ଗବେଷଣା କରିଥିଲେ। ଯେଉଁଥିରୁ କୋଭିସିଲ୍ଡର ୨ଟି ଜାର ଡୋଜ ନେଇଥିବା ଲୋକଙ୍କ ଠାରେ ପ୍ରତିରକ୍ଷା କ୍ଷମତା ୩ ମାସ ପରେ ହ୍ରାସ ହୋଇଥିବା ଦେଖାଯାଇଛି।

ସ୍କଟଲ୍ୟାଣ୍ଡରେ କୋଭିସିଲ୍ଡର ଟିକା ର ୨ଟି ଜାକ ଡୋଜ ନେବାର ୫ ମାସ ପରେ ପୁଣି ଥରେ କୋଭିଡରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ସାଙ୍ଗକୁ ଲୋକଙ୍କ ପ୍ରାଣହାନୀ ହାର ୫ ଗୁଣା ବୃଦ୍ଧି ହୋଇଥିବାର ଅଧ୍ୟୟନରୁ ଜଣାପଡିଚି। ବ୍ରାଜିଲରେ ଗବେଷକମାନେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ଟିକା ନେବାର ୪ ମାସ ପରେ ଏହାର ପ୍ରଭାବ ଆହୁରି ହ୍ରାସ ହୋଇଥିବା ଦେଖା ଯାଇଛି। କେବଳ ଏତିକି ନୁହେଁ ଏହି ଟିକାକରଣ ପରେ କୋଭିଡରେ ମୃତ୍ୟୁର ବିପଦ ମଧ୍ୟ ୩ ଗୁଣା ବଢି ଯାଇଛି। ତେବେ ଏହି ସମୟରେ ଗ୍ଲାସଗୋ ୟୁନିଭରସିଟିର ପ୍ରଫେସର ଶ୍ରୀନିବାସ ବିଠଲ କୀର୍ତି ରେଡି କହିଛନ୍ତି ଯେ ଅଧ୍ୟୟନରୁ ଜଣାପଡିଛି ଗୁରୁତର ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ଉଭୟ ଏଷ୍ଟ୍ରାଜେନେକା ଓ କୋଭିସିଲ୍ଟ ଟିକାକରଣ କରାଇଥିଲେ ସୁଦ୍ଧା ଏହା ପ୍ରଭାବହୀନ ହୋଇ ପଡିଛି I ତେଣୁ ଲୋକମାନେ ଟୀକା ର ଦୁଇଟି ଡୋଜ ନେଇଥିଲେ ମଧ୍ୟ ଆମେ ବର୍ତ୍ତମାନ ବୁଷ୍ଟର ଡୋଜ କରାଇବା ଜରୁରି ବୋଲି ଉଲ୍ଲେଖ କରାଯାଇଛି। ଏଣୁ ଓମିକ୍ରନରେ ଏହି ଟିକା ଏବେ ଭାରତ ଲାଗି ନୂଆ ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.