ଏମ୍‌ବିବିଏସ୍ ଛାତ୍ରୀଙ୍କ ଗାଲକୁ କାମୁଡିଦେଲେ ହାଉସ୍‌ସର୍ଜନ ଡାକ୍ତର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଡାକ୍ତର କୋର୍ଟଚାଲାଣ

16

ଭୁବନେଶ୍ୱର: ବିଭିନ୍ନ ସମୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏମ୍‌କେସିଜି)ର ବ୍ୟବସ୍ଥା ଓ ରୋଗୀ ଚିକିତ୍ସାକୁ ନେଇ ଚର୍ଚ୍ଚା ହୋଉଛି । କିନ୍ତୁ ଏବେ ଏକ ଭିନ୍ନ ବିଷୟକୁ ନେଇ ଚର୍ଚ୍ଚାର କାରଣ ପାଲଟିଛି । ଏମ୍‌କେସିଜିରେ କାର୍ଯ୍ୟରତ ଜଣେ ହାଉସ୍‌ସର୍ଜନ ଡ଼ାକ୍ତର ସେଠାରେ ଏମ୍‌ବିବିଏସ୍ ପଢୁଥିବା ଜନୈକା ୨୨ ବର୍ଷିୟ ଛାତ୍ରୀଙ୍କୁ ଗାଲକୁ କାମୁଡ଼ି ଦେଇଥିବା ଛାତ୍ରୀ ଜଣଙ୍କ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଏହା ସହ ଡ଼ାକ୍ତର ଜଣଙ୍କ ତାଙ୍କୁ ଅସଦାଚଣ କରୁଥିବା ସହ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏହାକୁ ଅଧାରେ କରି ପୁଲିସ ଏକ ମାମଲା ରୁଜୁ କରି ଆଜି ହାଉସ୍‌ସରର୍ଜନ ଡ଼ାକ୍ତର ତଥା ହଳଦିଆପଦର ସୁଭମ୍ ବିହାରର ସୁପର୍ଣ୍ଣ କୁମାର ପାଢ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଘଟଣାକୁ ନେଇ ଏମ୍‌କେସିଜି ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଚାପା ଉତ୍ତେଜନା ଲାଗି ରହିଛି । ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ହାଉସ୍‌ସରର୍ଜ ଡ଼ାକ୍ତର ସୁପର୍ଣ୍ଣ ସେଠାକାର ଜଣେ ଚତୁର୍ଥ ବର୍ଷର ଏମ୍‌ବିବିଏସ୍‌ର ଛାତ୍ରୀଙ୍କୁ ବିିଭିନ୍ନ ସମୟରେ ମୋବାଇଲ୍‌ରେ ମେସେଜ୍ ପଠାଇବା ସହ ହ୍ୱାଟସପ୍‌ରେ ଛୁରୀ ଫୋଟ ପଠାଇ ତାଙ୍କୁ ଧମକ ଦେଇଥିଲେ । ଏଭଳି ଦୀର୍ଘ ଅଢ଼େଇ ବର୍ଷ ହେବ ଏଭିଳି ଚାଲିଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏହାର ସମାଧାନ ନିମନ୍ତେ ଆଜି ଭୋରରୁ ଛାତ୍ରୀ ଜଣକ ହାଉସ୍‌ସର୍ଜନ ଡ଼ାକ୍ତର ସୁପର୍ଣ୍ଣଙ୍କୁ ଏମ୍‌କେସିଜି ମେଡିକାଲ କଲେଜ ଗେଟ୍ ନିକଟକୁ ଡାକିଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା ବେଳେ ପରବର୍ତ୍ତି ସମୟରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଅଭିଯୁକ୍ତ ସୁପର୍ଣ୍ଣ ୨୨ ବର୍ଷିୟ ଏମ୍‌ବିବିଏସ୍‌ର ଛାତ୍ରୀଙ୍କ ଗାଲକୁ କାମୁଡ଼ି ଦେଇଥିଲେ । ଏହା ସହ ଡ଼ାକ୍ତର ଜଣଙ୍କ ତାଙ୍କୁ ଅସଦାଚଣ କରୁଥିବା ସହ ତାଙ୍କୁ ଜୀବନରୁ ମାରିଦେବା ନିମନ୍ତେ ଧମକ ଦେଇଥିଲେ । ଏହାକୁ ଛାତ୍ରୀ ଜଣକ ପ୍ରତିବାଦ କରିବା ସହ ସେଠାରୁ କଲେଜ ଭିତରକୁ ଚାଲିଯାଇଥିଲେ । ଏହା ପରେ ମଧ୍ୟ ସୁପର୍ଣ୍ଣ ତାଙ୍କ ପିଛା କରି ପୁଣି ତାଙ୍କୁ ଅସଦାଚଣ କରୁଥିଲେ । ଏହି ଘଟଣାକୁ ନେଇ ଆଜି ଏମ୍‌ବିବିଏସ୍‌ର ଛାତ୍ରୀ ଜଣଙ୍କ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ଆଜି ହାଉସ୍‌ସରର୍ଜ ଡ଼ାକ୍ତର ତଥା ଅଭିଯୁକ୍ତ ସୁପର୍ଣ୍ଣ କୁମାର ପାଢ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାକୁ ନେଇ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍ କହିଛନ୍ତି ସେ ପ୍ରଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ପୀଡ଼ିତା ଏମ୍‌ବିବିଏସ୍‌ର ଛାତ୍ରୀ ଓ ଅଭିଯୁକ୍ତ ହାଉସ୍‌ସର୍ଜନ ଡ଼ାକ୍ତର ସୁପର୍ଣ୍ଣଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ରହିଥିଲା । ତେବେ ଛାତ୍ରୀଙ୍କ ଅଭିଯୋଗ କ୍ରମମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବଂ ଏହି ଘଟଣାର ଅଧିକ ତଦନ୍ତ ବୈଦ୍ୟନାଥପୁର ଥାନା ପୁଲିସ ଜାରି ରଖିଛି ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.