ବିଧାନସଭା ର ତୃତୀୟ ଦିନ ରେ ବି ଚାଲି ପାରିଲାନି ଗୃହ : ଉଭୟ ଦଳ ର ଦେଖିବାକୁ ମିଳିଥିଲା ହାଇ ଭୋଲ୍ଟେଜ଼ ଡ୍ରାମା

22

ଆଜି ବିଧାନସଭା ର ତୃତୀୟ ଦିନ ରେ ମଧ୍ୟ ଉଭୟ ବିରୋଧୀ ଓ ଶାସକ ଦଳ ଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରି ନାହିଁ I ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ଯୋଗୁଁ ଗୃହ ଅପବିତ୍ର ହୋଇଥିବା ରୁ ବିରୋଧୀ ବେଜେପି ସଦସ୍ୟ ମାନେ ଗୃହ ବାହାରେ ଗଙ୍ଗା ପାଣି ଓ ଗୋବର ପାଣି ଛିଞ୍ଚିଛନ୍ତି । ସେପଟେ ପ୍ରତିଆକ୍ରମଣ ପାଇଁ ତତ୍ପର ଥିବା ଶାସକ ଦଳ ର ନେତା ମାନେ ବିଧାନସଭା ବାହାରେ ରୋଷେଇ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରି ରାସ୍ତା ଉପରେ ଚୁଲି ଜାଳି ଥିବାର ଦେଖା ଯାଇଥିଲା । ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ଅଡିବସିଛନ୍ତି ବିରୋଧୀ ।

ସେହିପରି ବିଧାନସଭା ଚାରିପଟେ ଗଙ୍ଗାଜଳ ଓ ଗୋବରପାଣି ଛିଞ୍ଚିବା ପ୍ରସଙ୍ଗ ରେ ବିଜେଡି ଦଳ କହିଛି, ବିଜେପି ପ୍ରଥମେ ଲୋକସଭା ଓ ୟୁପି ବିଧାନସଭାକୁ ଶୋଧନ କରନ୍ତୁ ସେଠାରେ ଅନେକ ନରହତ୍ୟା ହୋଇଛି । ବିଜେପି ଭଳି କଂଗ୍ରେସ ମଧ୍ୟ ସମାନ ଆଭିମୁଖ୍ୟ ପୋଷଣ କରି ବିଧାନସଭା ଭିତରେ ଓ ବାହାରେ ପ୍ରତିବାଦ କରିଛି । ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛି ଦଳ । ନରସିଂହ ମିଶ୍ର କହିଛନ୍ତି , ମମିତା ମେହେର ହତ୍ୟା ପ୍ରସଙ୍ଗରେ କଂଗ୍ରେସ ହାଇକୋର୍ଟ ଯିବ । ବାଚସ୍ପତି ସବୁ ଦଳକୁ ଡାକି ଗୃହକୁ ସ୍ୱାଭାବିକ କରିବାକୁ ସେ ଦାବି କରିଛନ୍ତି ।
ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ଶୁକ୍ରବାର ଦିନ ବି ଚାଲିପାରିନି ବିଧାନସଭା । ସେପଟେ ଗୃହ ବାହାରେ ରାଜରାସ୍ତାରେ ବିଜେଡିର ଆନ୍ଦୋଳନ ଓ ଧାରଣା ଜାରି ରହିଛି ।

Leave A Reply

Your email address will not be published.