ଭୁବନେଶ୍ୱର: କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହା ପଛକୁ ବଲାଙ୍ଗିର ୪୨.୪, ଟିଟିଲାଗଡ଼ ୪୨, ସମ୍ବଲପୁର ୪୧.୯, ସୁନ୍ଦରଗଡ଼ ୪୧.୮, ବୌଦ୍ଧ ୪୧.୫, ହୀରାକୁଦ ଓ ସୋନପୁର ୪୧.୩, ନୂଆପଡ଼ା ୪୧, ଭବାନୀପାଟଣା ୪୦.୮, ରାଉରକେଲା ୪୦.୧ ଡିଗ୍ରୀ ରେକର୍ଡ ହୋଇଛି। ସେହିଭଳି ଟ୍ୱିନସିଟିର ୩୭ ଡ଼ିଗ୍ରୀ ତାତି ରେକର୍ଡ ହୋଇଛି। ତେବେ ଆସନ୍ତାକାଲି ଠାରୁ ଦେଶର ପୂର୍ବଭାଗରେ କାଳବୈଶାଖୀ ପ୍ରଭାବ କମିବା ସହ ଆଗାମୀ ୪ ଦିନ ମଧ୍ୟରେ ତାପମାତ୍ରା ୪ ରୁ ୬ ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ବୃଦ୍ଧି ହେବା ସମ୍ଭାବନା ରହିଛି। ଚଳିତ ବର୍ଷ ପ୍ରାକ ମୌସୁମୀ ଋତୁରେ ୧ ମାର୍ଚ୍ଚ ରୁ ୧୯ ଅପ୍ରେଲ ୨୦୨୫ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷା ୩୮.୯ ମିମି ତୁଳନାରେ ୬୦.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ଠାରୁ ୫୫% ଅଧିକ ବର୍ଷା ଅନୁଭୂତ ହୋଇଛି।
Comments are closed, but trackbacks and pingbacks are open.