ରୋଗୀ ଙ୍କ ଉପରେ ମାଡ଼ିଗଲା ହସ୍ପିଟାଲ ଗାଡି : ୧ ମୃତ ୮ ଗୁରୁତର

31

ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଅଭାବନୀୟ ଘଟଣା । ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ I ଘଟଣାସ୍ଥଳରେ ୨ ଙ୍କର ମୃତ୍ୟୁ ହେବା ସହିତ ୮ ଜଣ ଗୁରୁତର ଆହତ ହୋଇଛନ୍ତି I ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଛୋଟ ପିଲା ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ଡାକ୍ତର ଦେଖାଇବାକୁ ଟିକେଟ କାଟିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିଲେ। ଏହି ସମୟରେ ମେଡିକାଲ କାମରେ ନିୟୋଜିତ ଥିବା ଗାଡିଟି ହଠାତ୍‌ ଏକ ସ୍କୁଟି ଉପରେ ମାଡ଼ି ଯାଇ ଟିକେଟ କାଟିବା ପାଇଁ ଲାଇନ୍‌ରେ ଠିଆ ହୋଇଥିବା ରୋଗୀ ଓ ତାଙ୍କ ସର୍ମ୍ପକୀୟ ଉପରେ ମାଡ଼ି ଯାଇଥିଲା I ଫଳରେ ଗାଡି ଧକ୍କାରେ ୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଛନ୍ତି I ଗୁରୁତର ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ମୃତକ ଙ୍କ ପରିଚୟ ମିଳି ନଥିବାବେଳେ ଦୁର୍ଘଟଣାର କାରଣ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Comments are closed, but trackbacks and pingbacks are open.