ଭୟଙ୍କର ଷଡଯନ୍ତ୍ର,ହନିମୁନରେ ଯାଇ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

575

ଉତ୍ତରପ୍ରଦେଶ : ଯେବେ ସ୍ତ୍ରୀ ପାଲଟିବ ପିଶାଚୀ । ବାହାଘରକୁ ମାତ୍ର ସପ୍ତାହେ ନବିତୁଣୁ ନିଜ ମଥାର ସିନ୍ଦୁର ନିଜେ ପୋଛି ଦେଲା ସ୍ତ୍ରୀ I ହନିମୁନକୁ ଯାଇ ନବ ଦମ୍ପତି ନିଖୋଜ ହେବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ପରକୀୟା ପ୍ରୀତିରୁ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ I ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ନବବିବାହିତା ପତ୍ନୀ ରଚିଥିଲେ ଭୟଙ୍କର ଷଡଯନ୍ତ୍ର । ସୁପାରୀ ଦେଇ ରାଜା ରଘୁବଂଶୀଙ୍କୁ ହତ୍ୟା କରିଛି ପତ୍ନୀ ସୋନମ । ଧରାପଡିବା ପରେ ସୋନମ ନିଜ ଦୋଷ ସ୍ୱୀକାର କରିଛି । ଏଥିରେ ସାମିଲ ଥିଲେ ପ୍ରେମିକଙ୍କ ସହିତ ୩ ଜଣ ସୁପାରୀ କିଲର । ହତ୍ୟାକାଣ୍ଡର ୭ଦିନ ପରେ ଇନ୍ଦୋରର ଯୁବ ବ୍ୟବସାୟୀ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମକୁ ଗିରଫ କରି ପୁରା ଘଟଣାର ପର୍ଦ୍ଦାଫାଶ କରିଛି ମେଘାଳୟ ପୋଲିସ ।

ଘଟନାନୁସାରେ,ମେ’୧୧ ରେ ଇନ୍ଦୋରର ୨୯ ବର୍ଷୀୟ ଯୁବ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ବିବାହ କରିଥିଲେ ସୋନମ । କିନ୍ତୁ ବିବାହ ପୂର୍ବରୁ ସୋନମଙ୍କର ରାଜ କୁଶୱାହା ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା । ରାଜ କୁଶୱାହା ସୋନମଙ୍କ ବାପାଙ୍କର ଥିବା ପ୍ଲାଏଉଡ଼ ଫ୍ୟାକ୍ଟ୍ରିରେ ଜଣେ କର୍ମଚାରୀ ଥିଲେ । କିନ୍ତୁ ସୋନମଙ୍କ ବିବାହ ରାଜାଙ୍କ ସହ ହୋଇଯିବାରୁ ସେ ଖୁସି ନଥିଲେ । ତେଣୁ ସବୁଦିନ ପାଇଁ ରାଜାଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକଙ୍କ ସହ ମିଶି ଷଡଯନ୍ତ୍ର ରଚିଥିଲେ ସୋନମ ।

ବିବାହର ୭ ଦିନ ପରେ ଦୁହେଁ ୨୧ ମେ’ରେ ହନିମୁନ ପାଇଁ ମେଘାଳୟ ଯାଇଥିଲେ। ମେ’ ୨୦ରେ ଗୌହାଟୀର କାମାକ୍ଷା ମନ୍ଦିର ଦର୍ଶନ କରି ସେଠାରୁ ସିଲଂ ବାହାରି ଯାଇଥିଲେ । ୨୨ ମେ’ ରେ ଦୁହେଁ ସିଲଂର ଏକ ହୋମଷ୍ଟେ ରେ ରହିଥିଲେ । ପରଦିନ ୨୩ ମେ ରେ ସେମାନେ ଚେରାପୁଞ୍ଜି ନିକଟସ୍ଥ ନଙ୍ଗ୍ରିଟ୍‍ ଗାଁରେ ଡବଲ ଡେକରି ଲିଭିଂ ରୁଟ୍‍ ବ୍ରିଜ୍‍ ଦେଖିବାକୁ ଯାଇଥିଲେ । ହେଲେ ହଠାତ୍ ଦୁହିଁଙ୍କ ଫୋନ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା । ସନ୍ଦେହ ହେବାରୁ ୨ ଦିନ ପରେ ପରିବାର ଲୋକେ ଶିଲଂ ଯାଇ ସେହି ସ୍ଥାନରେ ପହଞ୍ଚିଥିଲେ I ଯେଉଁ ଠିକଣା ପୂର୍ବରୁ ରାଜା କହିଥିଲେ ସେ ସ୍ଥାନକୁ ଯାଇ ଖୋଜାଖୋଜି କରିବା ପରେ ବି ପୁଅ ବୋହୂ ମିଳିଲେନି । ସେଠାରୁ ଫେରି ସ୍ଥାନୀୟ ପୁଲିସର ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ପୁଲିସ ମେଘାଳୟ ପୁଲିସ ସହ ଯୋଗାଯୋଗ କରିଥିଲେ । ଅନେକ ଖୋଜିବା ପରେ ଜୁନ୍ ୨ ତାରିଖରେ ଚେରାପୁଞ୍ଜିର ଏକ ଝରଣା ନିକଟରୁ ରାଜାଙ୍କ ମୃତଦେହ ମିଳିଥିଲା । ତେବେ ମୃତଦେହର ହାତରେ ରାଜା ଟାଟୁ ହୋଇଥିବା ଦେଖି ସେଠିକାର ପୁଲିସ ଇନ୍ଦୋର ପୁଲିସକୁ ଜଣାଇବା ପରେ ପରିବାର ଲୋକେ ଯାଇ ପୁଅକୁ ଚିହ୍ନିଥିଲେ । ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା ଯେ ରାଜାଙ୍କୁ ଏକ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିଲା । କିନ୍ତୁ ସୋନମଙ୍କର କୌଣସି ସନ୍ଧାନ ମିଳିନଥିଲା । ତେବେ ଘଟଣା ଘଟିବାର ୧୭ ଦିନ ପରେ , ଉତ୍ତରପ୍ରଦେଶ ଗାଜିପୁରରୁ ସୋନମଙ୍କୁ ଗିରଫ କରାଯାଇଥିଲା। ପୋଲିସ ଜେରା ପରେ ପ୍ରେମିକ ରାଜ ଏବଂ ଅନ୍ୟ ୩ ଜଣ ସୁପାରୀ କିଲରଙ୍କ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣଙ୍କୁ ଖୋଜୁଛି ମେଘାଳୟ ପୋଲିସ I ବିବାହର ମାତ୍ର ୯ ଦିନ ମଧ୍ୟରେ ନିଜେ ସ୍ତ୍ରୀ ସ୍ୱାମୀ ରାଜା ରଘୁବଂଶୀଙ୍କୁ ବିଭତ୍ସ ହତ୍ୟା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି I

Comments are closed, but trackbacks and pingbacks are open.