କେମିତି କଟିବ ଆଜିର ଦିନ

27

ରାଶିଫଳ : ୦୮-୦୬-୨୦୨୨ ବୁଧୁବାର : ଏହି ରାଶିର ବ୍ୟକ୍ତିମାନଙ୍କର ଆୟରେ ବ୍ବ୍ରୁଦ୍ଧି ହେବ I ମିଥୁନ ରାଶିରେ ଚତୁର୍ଦିଗରୁ ସଫଳତା ,କୁମ୍ଭ ଏବଂ ମୀନ ରାଶିର ବ୍ୟକିମାନଙ୍କର ବୈବାହିକ ଜୀବନରେ ବିବାଦ ଦେଖାଦେବ I

ମେଷ : ସାହିତ୍ୟ ଏବଂ କଳା ପ୍ରେମୀ ମାନଙ୍କ ପାଇଁ ଆଜି ଏକ ଶୁଭ ଦିନ I ସ୍ନେହଜନଙ୍କ ସହିତ ସାକ୍ଷାତ କରି ଆପଣଙ୍କ ମନ ଖୁସି ହେବ I ମଧ୍ୟାହ୍ନ ପରେ ଘରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ I ଚାକିରିକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ଯୁକ୍ତି ତର୍କ ହୋଇପାରେ I ଭବିଷ୍ୟତ ପାଇଁ ପୁଞ୍ଜି ବିନିଯୋଗ କରିବେ I

ବୃଷ : କ୍ଳାନ୍ତି ଅନୁଭବ କରିବେ I ସମ୍ପତି ବାଡ଼ି ସଂକ୍ରାନ୍ତୀୟ କାଗଜପତ୍ରକୁ ଯତ୍ନର ସହ ଦସ୍ତଖତ କରନ୍ତୁ I ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଯେଉଁମାନେ ନିଜ ପ୍ରିୟଜନ ଙ୍କ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ ହେବ।

ମିଥୁନ : ହାତକୁ ନେଇଥିବା କାର୍ଯ୍ୟରେ ସଫଳତା ହେତୁ ମନ ଖୁସି ହେବ I ଶତ୍ରୁ ପରାଜିତ ହେବେ I ମାଆ ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ନିରାଶାରେ ପକାଇପାରେ I ଭାଗ୍ୟ ଆଜି ଆପଣଙ୍କୁ ଅନୁଗ୍ରହ କରିବ I ଚାକିରି ଏବଂ ବ୍ୟବସାୟରେ ଲାଭ ହେବ I

କର୍କଟ : ଲାଭବାନ ହେବେ I ପରିବାର ସଦସ୍ୟ ସମର୍ଥନ ପାଇବେ I କାର୍ଯ୍ୟରେ ଉନ୍ନତି ସହିତ ଆୟ ବୃଦ୍ଧି ହେବ I ପାରିବାରିକ ଜୀବନ ସୁଖମୟ ରହିବ I ସାଙ୍ଗମାନଙ୍କ ସହିତ ଘନିଷ୍ଠତା ବଢିବ I ଶରୀର ସୁସ୍ଥ ରହିବ I

ସିଂହ : ଆଜି ଆପଣ ସଂକଳ୍ପ ସହିତ ସମସ୍ତ କାର୍ଯ୍ୟ କରିବାକୁ ସମର୍ଥ ହେବେ I ଘରର ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇବେ ବୈବାହିକ ଜୀବନ ସୁଖମୟ ହେବ I ପାରିବାରିକ ପରିବେଶରେ ମଧ୍ୟ ସମନ୍ୱୟ ରହିବ I ଆୟ ଠାରୁ ବ୍ୟୟ ବଢିବ I ବିଦେଶରେ ରହୁଥିବା ପରିଜନ ଙ୍କ ଠାରୁ ଶୁଭ ସମ୍ବାଦ ପାଇବେ I

କନ୍ୟା : ବେପାରରେ ମନପ୍ରାଣ ଢାଳି କାମ କରିବା ହେତୁ ଯଥେଷ୍ଟ ଲାଭ ପାଇବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନାର ସମ୍ଭାବନା ଅଛି। ଧୈର୍ଯ୍ୟ ଧରି କାମ କଲେ ସଫଳ ହେବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ।

ତୁଳା : ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I କୌଣସି କଥାକୁ ନେଇ ଚିନ୍ତିତ ରହିବେ I ସହକର୍ମୀ ମାନଙ୍କଠାରୁ ବିଶେଷ ଲାଭ ପାଇବେ I ବ୍ୟବସାୟରେ ମଧ୍ୟ ଲାଭ ହେବପ୍ରଚୁର ଆୟ ବୃଦ୍ଧି ହେବ I ଆଗକୁ ଖର୍ଚ୍ଚ ବଢିବ I ପାରିବାରିକ ଜୀବନ ସୁଖମୟ ହେବ I

ବିଛା : ବ୍ୟବସାୟରେ ଆପଣଙ୍କ ପ୍ରତିଭା ଆଜି ବହୁତ ପ୍ରଶଂସିତ ହେବ I କାର୍ଯ୍ୟଟି ଅତି ସହଜରେ ସମାପ୍ତ ହେବ I ସ୍ଥାବର ସମ୍ପତ୍ତି କ୍ରୟ ପାଇଁ ସମୟ ଉତ୍ତମ I ସରକାରୀ କାର୍ଯ୍ୟ ରେ ଉପକୃତ ହେବେ ଇ ପାରିବାରିକ ଜୀବନରେ ମଧୁରତା ରହିବ I

ଧନୁ :ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର କୃତ କର୍ମ ର ଫଳ ପାଇବେ। ଆୟ ବୃଦ୍ଧି ହେବ I

ମକର : ଆଜି ଅସୁସ୍ଥତା ପାଇଁ ଖର୍ଚ୍ଚ ଅଧିକ ହେବ I ଅପ୍ରତ୍ୟାଶିତ ଖର୍ଚ୍ଚ ମଧ୍ୟ ହୋଇପାରେ I ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ନକରିବାକୁ ଧ୍ୟାନ ଦିଅନ୍ତୁ I ଆଜି ବାହାରେ ଖାଦ୍ୟ ଏବଂ ପାନୀୟରୁ ଦୂରେଇ ରୁହନ୍ତୁ I ଅନାବଶ୍ୟକୀୟ ଆଲୋଚନାରୁ ଦୁରେଇ ରୁହନ୍ତୁ I

କୁମ୍ଭ : ଆଜି ସାଧାରଣ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ବିବାଦ ହୋଇପାରେ I ମନ ବିଷାଦଗ୍ରସ୍ତ ରହିପାରେ I କୋର୍ଟ କଚେରୀ କାର୍ଯ୍ୟରେ ସାବଧାନ ରୁହନ୍ତୁ I ମାନସିକ ଚିନ୍ତା ବଢିବ Iକାର୍ଯ୍ୟକ୍ଷେତ୍ରରେ ଉନ୍ନତି I ଆଧ୍ୟାତ୍ମିକତା ପ୍ରତି ରୁଚି ବଢିବ I

ମୀନ : ବାକି ପଡିଥିବା କାର୍ଯ୍ୟ ସମାପ୍ତ କରିବେ I ଧାର୍ମିକ ହେବେ I କାର୍ଯ୍ୟର ସଫଳତାରେ ତୁମେ ବାଧାବିଘ୍ନର ସମ୍ମୁଖୀନ ହେବ I ବୈବାହିକ ଦିବ୍ୟାନ ରେ ବିବାଦ ହୋଇପାରେ I ପରିବାରରେ ଶାନ୍ତି ରଖନ୍ତୁ I ଚାକିରୀ ପାଇଁ ଦୂରସ୍ଥାନ ଯାତ୍ରା ଯୋଗ ରହିଛି I

Comments are closed, but trackbacks and pingbacks are open.