କେମିତି କଟିବ ଆଜି ର ଦିନ

29

ରାଶିଫଳ : ୦୪-୦୬-୨୦୨୨ ଶନିବାର : ଆଜି ଏହି ରାଶି ର ବ୍ୟକ୍ତିମାନଙ୍କର ଆର୍ଥିକ ଲାଭ ହେବ I ମେଷ-ଆୟ ବୃଦ୍ଧି ପାଇଁ ନୂତନ କର୍ମ ସଂସ୍ଥାରେ ଯୋଗ ଦେବେ ,ବୃଷ -ଚିନ୍ତା ରୁ ମୁକ୍ତି ,ମିଥୁନ-କାର୍ଯ୍ୟରେ ସଫଳତା ବ୍ୟବସାୟରେ ଉନ୍ନତି ,କର୍କଟ- ଦିନଟି ଶୁଭଙ୍କର ହେବ I ସିଂହ – ପାରିବାରିକ ସୁଖ ଅତୁଟ ରହିବ ,ଆସନ୍ତୁ ଜାଣିବା ଆପଣଙ୍କ ରାଶି ବିଷୟରେ :

ମେଷ : ଅତ୍ୟଧିକ ଭାବପ୍ରବଣତା ଠାରୁ ଦୁରେଇ ରୁହନ୍ତୁ I ମାଆ ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହୋଇପାରେ I ସମ୍ପତ୍ତି କରେ ପ୍ରସଙ୍ଗରେ ଶୀଘ୍ର ନିଷ୍ପତି ନିଅନ୍ତୁ ନାହିଁ I ଆୟ ବୃଦ୍ଧି ପାଇଁ ଅନ୍ୟ ପନ୍ଥା ଅବଲମ୍ବନ କରିପାରନ୍ତି I ପାରିବାରିକ ଚିନ୍ତା ଲାଗି ରହିବ I

ବୃଷ : ଭାଗ୍ୟବାନ ହେବେ Iଚିନ୍ତାର ମୁକ୍ତି ପାଇବେ I ମନ ପ୍ରଫୁଲ୍ଲ ରହିବ I ଅଧିକାଂଶ ସମୟ ଧାର୍ମିକ ଭାବନା ରେ କଟିବ Iପରିବାର ସଦସ୍ୟଙ୍କ ପ୍ରତି ବିଶେଷ ଧ୍ୟାନ ରହିବ I ସାଙ୍ଗମାନଙ୍କ ସହିତ ଏକ ଦୂର ଭ୍ରମଣ କରିବେ I ଆର୍ଥିକ ଚିନ୍ତା ଦୂର ହେବ I ମନ ପସନ୍ଦ ର ଭୋଜନ କରିବେ I

ମିଥୁନ : ଡେରିରେ ହେଲେ ମଧ୍ୟ ହାତକୁ ନେଇଥିବା କାର୍ଯ୍ୟ ପୂର୍ଣ୍ଣ ହେବ I ବ୍ୟବସାୟରେ ଉନ୍ନତି ସହିତ ଆୟ ବୃଦ୍ଧି ହେବ । ଗୁପ୍ତ ବୈଠକ କରିବେ। କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

କର୍କଟ : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ସିଂହ : ଚିନ୍ତାର ମୁକ୍ତି I ନୂତନ କର୍ମରେ ଉତ୍ସାହିତ ହେବେ I ପରିବାର ସଦସ୍ୟଙ୍କ ପ୍ରତି ବିଶେଷ ଧ୍ୟାନ ଦେବେ | ସାଙ୍ଗମାନଙ୍କ ସହିତ ଏକ ରହଣି ଆୟୋଜିତ ହେବ I ଆର୍ଥିକ ଲାଭ ହେବ I କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ରହିବ I ପାରିବାରିକ ସୁଖ ଅତୁଟ ରହିବ I

କନ୍ୟା : ଆଜି ହେଉଛି ଆପଣଙ୍କ ପାଇଁ ଲାଭ ର ଦିନ I ବ୍ୟବସାୟରେ ଅଭିବୃଦ୍ଧି ସହିତ ଆୟ ମଧ୍ୟ ବୃଦ୍ଧି ପାଇବ I ଚାକିରି କ୍ଷେତ୍ରରେ ପ୍ରମୋଶନ ସହିତ ଅର୍ଥ ଲାଭ ର ସୁଯୋଗ ପାଇବେ I ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ତୁଳା :ପରିବାରରେ ଆନନ୍ଦ ଏବଂ ଉତ୍ସାହର ପରିବେଶ ରହିବ I ପଦୋନ୍ନତି, ଅଫିସ୍ ଏବଂ ଚାକିରିରେ ଆୟ ବୃଦ୍ଧି ପାଇଁ ବାଟ ଫିଟିବ I ମା’ଙ୍କଠାରୁ ଆର୍ଥିକ ଲାଭ ହେବ I ଘର ସାଜସଜ୍ଜାର କାର୍ଯ୍ୟ ଗ୍ରହଣ କରିବେ I କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ ଏବଂ ସେମାନେ ଆପଣଙ୍କର ପ୍ରେରଣା ଉତ୍ସ ହୋଇଯିବେ I ଆପଣ ସହକର୍ମୀଙ୍କ ସମର୍ଥନ ପାଇବେ | ଶାରୀରିକ ସ୍ୱାସ୍ଥ୍ୟ ଉତ୍ତମ ରହିବ I

ବିଛା : ଆତ୍ମ ଗର୍ବୀ ହେବେ I ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

ଧନୁ : ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।

ମକର : ପରିବIର ରେ ମନୋରଞ୍ଜନ ର ବାତାବରଣ ରହିବ I ସୁଖାଦ୍ୟ ଭୋଜନ କରିବେ I ଆର୍ଥିକ ଲାଭ ପାଇବେ ବ୍ୟବସାୟରେ ଅଗ୍ରଗତି କରିବାକୁ ସମର୍ଥ ହେବେ I ବିଭିନ୍ନ ଆୟର ଉତ୍ସରୁ ଆର୍ଥିକ ଲାଭ ପାଇବେ I ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I ଆପଣ କାର୍ଯ୍ୟରେ ସଫଳତା ପାଇବେ I ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ I

କୁମ୍ଭ : ଆଜି କରାଯାଇଥିବା କାର୍ଯ୍ୟରେ ଆପଣ ଯଶ,ଖ୍ୟାତି ଏବଂ ସଫଳତା ପାଇବେ I ପରିବାରରେ ସମନ୍ୱୟ ରହିବ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ଆପଣଙ୍କ ଚିନ୍ତାଧାରା ଏବଂ ଆଚରଣରେ ଧାର୍ମିକ ଭାବନା ରହିବ I ସହକର୍ମୀମାନେ ଚାକିରିରେ ସହଯୋଗ କରିବେ I ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ I ଶତ୍ରୁ ପରାଜିତ ହେବେ I

ମୀନ : କଳ୍ପନା ଦୁନିଆରେ ରହିବେ I ସୃଜନଶୀଳତା ସାହିତ୍ୟ କଲା ପ୍ରତି ରୁଚି ବଢିବ I ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଦିନ ହେବ I ଆପଣ ପ୍ରିୟଜନଙ୍କ ସହିତ ଯୋଗାଯୋଗ କରିବାକୁ ସକ୍ଷମ ହେବେ I ସେୟାର ବଜାରରୁ ଲାଭ ପାଇବେ I ଆୟ ବୃଦ୍ଧି ପାଇଁ ନୂତନ ପନ୍ଥା ଅବଲମ୍ବନ କରିବେ I

Comments are closed, but trackbacks and pingbacks are open.