କେମିତି କଟିବ ଆଜିର ଦିନ

41

ରାଶିଫଳ ଜୁନ-୦୧ -୨୦୨୨ ବୁଧୁବାର : ଆଜି ଏହି ରାଶିର ବ୍ୟକ୍ତିମାନେ ମାନ ସମ୍ମାନ ପାଇବେ I ମେଷ-ଆଇନଗତ ଅସୁବିଧା ଦୂର ହେବ,ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢିବ I ବୃଷ – ଉତ୍ତମ ବ୍ୟକ୍ତିଙ୍କ ସଂସ୍ପର୍ଶ ରେ ଆସିବେ ,ମିଥୁନ-ନୂତନ ବ୍ୟବସାୟରେ ଲାଭବାନ ହେବେ ,ତୁଳା- ଉତ୍ତମ ବିଚାର ବୁଦ୍ଧି ସମ୍ପନ୍ନ ହେବେ I

ମେଷ : ପ୍ରତ୍ୟେକ କ୍ଷେତ୍ରରେ ଭାଇଭଉଣୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ , ଯାହା ଆପଣଙ୍କ ଆତ୍ମବିଶ୍ୱାସ ବଢାଇବ I ପାରିବାରିକ ଜୀବନ ସୁଖମୟ ହେବ I ଆଇନଗତ ବାଧା ଦୂର ହେବ I ଧାର୍ମିକ କାର୍ଯ୍ୟରେ ଆଗ୍ରହ ଆଗ୍ରହ ବଢିବ I ଆର୍ଥିକ ଲାଭ ହେବ ନକାରାତ୍ମକ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ I

ବୃଷ : ଆଜି ଆପଣ ଧାର୍ମିକ ଭାବନା ଯୁକ୍ତ ହେବେ I ଗୃହ ଶତ୍ରୁମାନେ ସକ୍ରିୟ ରହିବେ I ପାରିବାରିକ ପ୍ରସଙ୍ଗରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନେବେ Iଆଜି ଆପଣ ଆପଣଙ୍କର ବ୍ୟବସାୟ ପ୍ରତି ଅଧିକ ଧ୍ୟାନ ଦେବାକୁ ସମର୍ଥ ହେବେ ନାହିଁ,I ବନ୍ଧୁମାନଙ୍କ ପୂର୍ଣ୍ଣ ସମର୍ଥନ ରହିବ I ଉତ୍ତମ ବ୍ୟକ୍ତିଙ୍କ ସଂସ୍ପର୍ଶ ରେ ଆସିବେ I

ମିଥୁନ : ଆଜି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ I ଆଇନଗତ ବାଧା ଦୂର ହେବ Iଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ Iବ୍ୟବସାୟ ରେ ଅଗ୍ରଗତି ସହିତ ନୂତନ ପ୍ରସ୍ତାବଗୁଡ଼ିକ ଲାଭଦାୟକ ହେବ I ଛାତ୍ରଛାତ୍ରୀ ମାନେ ଅଳସୁଆ ହେବେ I ଭ୍ରମଣ ଜନିତ କ୍ଲାନ୍ତି ଅନୁଭବ କରିବେ I

କର୍କଟ : ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲରେ କଟିବ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ।ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସମାଚାର ମିଳିପାରେ। ଜମିବାଡ଼ି ସଂକ୍ରାନ୍ତୀୟ ମାମଲାରେ ସୁଧାର ଆସିବ I

ସିଂହ : ଦୂର ସ୍ଥାନ କୁ ଭ୍ରମଣ କରିବେ I ସୁସ୍ବାଦୁ ଭୋଜନ କରିବେ I ବିଦ୍ୟାର୍ଥୀମାନେ ମାନେ ସଫଳ ହେବେ I ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

କନ୍ୟା : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

ତୁଳା :ଆପଣଙ୍କ ବିଚାରବୁଦ୍ଧି ଉତ୍ତମ । କାର୍ଯ୍ୟରେ ପ୍ରୟାସ ସଫଳ ହେବ I ଆପଣଙ୍କ ସମସ୍ତ କାର୍ଯ୍ୟକୁ ପ୍ରଶଂସା କରାଯିବ I ପ୍ରଚୁର ଆୟ ବଢିବ I ପାରିବାରିକ ସୁଖ ବୃଦ୍ଧି ପାଇବ I ବ୍ୟବସାୟରେ ଇଚ୍ଛାକୃତ ଗତିର ସମ୍ଭାବନା ରହିବ I ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୁକ୍ତିପତ୍ର ହୋଇପାରେ ଓ ନୂତନ ଆୟର ପନ୍ଥା ଖୋଲିଯିବ । ମାନସିକ ସ୍ତରରେ ଶାନ୍ତ ରହିବେ I

ବିଛା : ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପର କ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ମାଲି ମକଦ୍ଦମା, ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।

ଧନୁ : କର୍ମକ୍ଷେତ୍ରରେ ବିବାଦ ଉପୁଜିପାର । ବ୍ୟବସାୟରେ ଲାଭବାନ ହେବେ଼। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ । ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବେ। ଜରୁରୀ କାର୍ଯ୍ୟରେ ବନ୍ଧୁ ସହଯୋଗର ହାତ ବଢ଼ାଇବେ।

ମକର : ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ।

କୁମ୍ଭ : ଶତ୍ରୁ ପରାସ୍ତ ହେବେ I କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ I ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

ମୀନ : ବ୍ୟବସାୟ ଓ କର୍ମକ୍ଷେତ୍ରରେ ଲାଭ ପାଇବେ ଏବଂ ମାନସମ୍ମାନ ବୃଦ୍ଧି ପାଇବ ।ବନ୍ଧୁ ସହଯୋଗ ପାଇବେ I ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।

Comments are closed, but trackbacks and pingbacks are open.