କେମିତି କଟିବ ଆଜି ର ଦିନ

24

ରାଶିଫଳ : ୧୪ ଜୁନ ୨୦୨୨ ମଙ୍ଗଳବାର : ଏହି ରାଶିର ବ୍ୟକ୍ତିଙ୍କର ହଠାତ ଧନ ଲାଭ ହେବ I କୁମ୍ଭ – ଆର୍ଥିକ ଅନଟନ , ମୀନ ନୂତନ ସମ୍ପତି ହାସଲ କରିବେ I ମେଷ – କ୍ରୋଧ କୁ ଦମନ କରନ୍ତୁ ,ବୃଷ : ଆଗକୁ ଖର୍ଚ୍ଚାନ୍ତ ହେବେ ,ତୁଳା – କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ I ଆସନ୍ତୁ ଜାଣିବା ଆପଣ ଙ୍କ ରାଶି ବିଷୟରେ :

ମେଷ : ଆତ୍ମବିଶ୍ୱାସର ଅଭାବ ରହିବ I ପାରିବାରିକ ଜୀବନ ରେ ଅଶାନ୍ତି ଦେଖାଦେବ I ଚାକିରିରେ ଉପରିସ୍ଥ କର୍ମଚାରୀଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ I କ୍ରୋଧ କୁ ଦମନ କରନ୍ତୁ I ନୂତନ କାର୍ଯ୍ୟରେ ପରିବାରର ସମର୍ଥନ ପାଇବେ I ଉତ୍ତମ ଆୟ ହେବ I ମିଠା ଖାଦ୍ୟ ପ୍ରତି ଆଗ୍ରହ ବଢିବ I ପିତାମାତାଙ୍କ ର ଆଶୀର୍ବାଦ ପାଇବେ I

ବୃଷ : ପରୋଉପକାରୀ ହେବେ I ବକ୍ତବ୍ୟରେ ମଧୁରତା ରହିବ I କାର୍ଯ୍ୟ ଚାପ ବଢିବ I ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ I ମନ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବ I ଆଗକୁ ଖର୍ଚ୍ଚାନ୍ତ ହେବେ I ଆପଣଙ୍କ ପ୍ରତି ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ରହିବ I କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ I

ମିଥୁନ : ବନ୍ଧୁଙ୍କ ସହାୟତାରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । ସନ୍ତାନ ମାନଙ୍କ ସଫଳତାରେ ମନ ଆନନ୍ଦିତ ହେବ । କର୍ମକ୍ଷେତ୍ରରେ ବାଧା ଓ ପ୍ରତି ବନ୍ଧକ ଦେଖା ଦେବ । ଆୟ ଉତ୍ତମ ରହିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ I ପାରିବାରିକ ଜୀବନ ସୁଖମୟ ହେବ I

ର୍କଟ : ଚାକିରୀକୁ ନେଇ ମନ ଅଶାନ୍ତ ହେବ I ପରିଶ୍ରମ ଅନୁଯାୟୀ ଫଳ ନ ମିଳିବାରୁ କ୍ରୋଧିତ ହେବେ I ବିଦ୍ୟାର୍ଥିମାନେ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି I ବାସ୍ତୁ ଭୋଗ ବୃଦ୍ଧି ପାଇବ I କାର୍ଯ୍ୟରେ ପରିବାର ସମର୍ଥନ ପାଇବେ I ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇପାରିବେ I ଆୟ ବୃଦ୍ଧି ପାଇବ I

ସିଂହ : ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି I ଅଧିକାରୀମାନେ ସହଯୋଗ ପାଇବେ I ଆପଣଙ୍କୁ ପରିବାରଠାରୁ ଦୂରରେ ରହିବାକୁ ପଡିପାରେ I ବ୍ୟବସାୟର ବିସ୍ତାରରେ ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବ I

ନ୍ୟା : ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ବଢିଯିବା କାରଣରୁ ମାନସିକ ସ୍ଥିତି ବିଗିଡି ଯାଇପାରେ । ଅତି ନିଜର ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ମଧ୍ୟ ସେହି ବ୍ୟକ୍ତି କାମ କରିବେ ନାହିଁ । ଆପଣଙ୍କ ଦିନଟି ମଧ୍ୟମ ଫଳ ଦେବ । କର୍ମକ୍ଷେତ୍ରରେ ବିଳମ୍ବ ଯୋଗ ଅଛି । ଭ୍ରମଣର ଯୋଗ ରହିଛି ।

ତୁଳା :ଆତ୍ମବିଶ୍ୱାସ ଦୃଢ ହେବ I ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ I ପାରିବାରିକ ଜୀବନ ସୁଖମୟ ହେବ I କାର୍ଯ୍ୟକ୍ଷେତ୍ରରେ ଆପଣ ସାଙ୍ଗମାନଙ୍କ ସମର୍ଥନ ପାଇବେ I ପରୋଉପକାରୀ ହେବେ I ସୁଖ ସୌଭାଗ୍ୟ ବୃଦ୍ଧି ପାଇବ I ଚାକିରିରେ ଅଗ୍ରଗତି ପାଇଁ ସୁଯୋଗ ଆସିବ I ଧନବାନ ହେବେ I କୌଣସି ପ୍ରକାର ବିବାଦରୁ ଦୂରରେ ରୁହନ୍ତୁ I

ବିଛା : ବନ୍ଧୁଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ଶୁଭ ଖବର ମନକୁ ଆହ୍ଲାଦିତ କରିବ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦିନ I ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବେର ସମ୍ଭାବନା ରହିଛି Iବ୍ୟବସାୟରେ କ୍ଷତିର ଆଶଙ୍କା ଅଛି ।

ଧନୁ : ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେବ I ମାନସିକ ଶାନ୍ତି ରହିବ I କଳା କିମ୍ବା ସଙ୍ଗୀତ ପ୍ରତି ଆଗ୍ରହ ବଢିବ I ଚାକିରିରେ କିଛି ଅତିରିକ୍ତ ଦାୟିତ୍ ମିଳିପାରେ I କାର୍ଯ୍ୟ କ୍ଷେତ୍ରରେ ଏକ ପରିବର୍ତ୍ତନ ହୋଇପାରେ I ବିବାଦୀୟ ଘଟଣାରୁ ଓହରି ଆସିବେ I କାର୍ଯ୍ୟ ବ୍ୟସ୍ତ ରେ ଦିନ ଟି କଟିବ I

ମକର : କୌଣସି କଥାକୁ ନେଇ ଆଜି ଅସନ୍ତୁଷ୍ଟ ରହିବେ I ଅନ୍ୟମାନଙ୍କ ସହିତ ମନ କଥା ସେୟାର କରନ୍ତୁ I ବାପାଙ୍କ ସହିତ ଅତି ବାହିତ କରିବେ I ପରିସ୍ଥିତି ନିଜ ନିୟନ୍ତ୍ରଣରେ ରହିବ Iପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଚାକିରୀରେ ପ୍ରତିଷ୍ଠା ଲାଭ ଯୋଗ ଅଛି । ବ୍ୟବସାୟରୁ ଉତ୍ତମ କାଭ ପାଇବେ ।

କୁମ୍ଭ : ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ । ବିନା ଆହ୍ୱାନରେ ଅନ୍ୟର ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । ଶତଭିକ୍ଷା ନକ୍ଷତ୍ର ବିନା କାରଣରୁ କଳହକୁ ନିୟନ୍ତ୍ରଣ କରିପାରନ୍ତି ।ଆପଣଙ୍କର ଆଜି ଦିନଟି ମଧ୍ୟମ ରହିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । ବ୍ୟବସାୟରେ ଲାଭ ହେବ

ମୀନ : ଆପଣ ଏହି ସପ୍ତାହରେ ନୂତନ ସମ୍ପତ୍ତି ହାସଲ କରିପାରିବେ I ଦାମ୍ପତ୍ୟ ଜୀବନ ମଧୁର ହେବ I ଘରେ ଶାନ୍ତିର ପରିବେଶ ରହିବ I ହଠାତ୍ ଧନ ଲାଭ ହୋଇପାରେ I ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରେ I

Comments are closed, but trackbacks and pingbacks are open.