୫ ଦିନରେ ମଧ୍ୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ : ଗୃହ କୁ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି

17

ବିରୋଧୀ ଙ୍କ ହଟ୍ଟଗୋଳ ଯୋଗୁ ଲଗାତର ପଞ୍ଚମ ଦିନରେ ମଧ୍ୟ ଗୃହ ଚାଲିପାରି ନାହିଁ । ତେଣୁ ଗୃହକୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମମିତା ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଲା ଓ ପ୍ରତିବାଦ ଜାରି ରହିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟ ନାରାବାଜି କରିଥିବା ବେଳେ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମକୁ ଘେରି ରହିଥିଲେ । ଯାହା ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।
ସେହିପରି ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗୃହରେ ଅଭିନବ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଛନ୍ତି । ଗୃହରେ ପ୍ରତିବାଦ ପରେ ବିଧାନସଭାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ । ଚଳିତ ଥର ବିଧାନସଭା ଆରମ୍ଭରୁ ହିଁ ଗୃହରେ ବିଭିନ୍ନ ପ୍ରକାର ନାରାବାଜି ,ହଟ୍ଟଗୋଳ ଦେଖିବାକୁ ମିଳିଛି ଫଳରେ ଗୃହ ସ୍ୱାଭାବିକ ଭାବେ ଚାଲିପାରୁନି । ତେଣୁ ରାଜ୍ୟର ଅନେକ ସମସ୍ୟା ଗୃହରେ ଆଲୋଚନା ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.