ହୋମ୍‌ୱାର୍କ ଆଲର୍ଜି

100

ହୋମ୍‌ୱାର୍କ ନ କରିବାର ଏବେ ଜଣେ ବାଳକର ନୂଆ ତଥା ନିଆରା ବାହାନା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଚୀନର ୧୧ ବର୍ଷ ବୟସର ଛାତ୍ରର ବହି ବାସ୍ନାରେ ଆଖିରୁ ଲୁହ ଓ ବେଳେ ବେଳେ ଛିଙ୍କ ହେଉଥିବା ସେ ତା’ ମାଙ୍କୁ କହିଛି । ଅବଶ୍ୟ ଏହି କଥା ଶୁଣି ପିଲାର ମା’ ପ୍ରଥମେ ଗମ୍ଭୀରତାର ସହ ଏହାକୁ ନେଇଥିଲେ । ମାତ୍ର ପରେ ପିଲାକୁ ହସ୍‌ପିଟାଲ ଯିବାକୁ କହିବାରୁ ସେ ମନା କରିଥିଲେ । ଆଉ ସେ ବୁଝିପାରିଲେ ଯେ, ହୋମୱାର୍କ ନ କରିବା ପାଇଁ ତାଙ୍କ ପୁଅ ଏଭଳି ମିଛ ବାହାନା ଦେଖାଉଛି । ସେହିପରି ସେ ତାକୁ ପ୍ରଶ୍ନ କଲେ , ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ଲକ୍ଷଣ ନ ଥିଲା । ଏବେ କେମିତି ଆସିଲା? ଏହାର ଉତ୍ତରରେ ସେ କହିଛି, ଏହି ଲକ୍ଷଣ ଦେଖା ଦେବା ପାଇଁ ସମୟ ଲାଗେ । ପିଲାଟିର ଏହି ଅଜବ ବାହାନାକୁ ଦେଖି ପିଲାଙ୍କୁ ଏବେ ହୋମ୍‌ୱାର୍କ ଦିଆଯିବ କି ନାହିଁ, ତାହା ଏକପ୍ରକାର ସାମାଜିକ ଗଣମାଧ୍ୟମରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ୨୦୧୯ରେ କାଲିଫର୍ଣ୍ଣିଆର ଏକ ଛାତ୍ରର ହୋମୱାର୍କ ନ କରିବାର ବାହାନା ମଧ୍ୟ ଚର୍ଚ୍ଚାରେ ଥିଲା । ଛୁଟିଦିନରେ ହୋମୱାର୍କ କଲେ ମାନସିକ ସ୍ଥିତି ତାର ଠିକ୍ ରହୁ ନ ଥିବା ଶିକ୍ଷକଙ୍କ ସହ ଯୁକ୍ତିି କରିଥିଲା ।

Comments are closed, but trackbacks and pingbacks are open.