ଲାଲ୍ ପିମ୍ପୁଡ଼ି ପାଇଁ ଘରୋଇ ଉପଚାର: ଘଣ୍ଟାଏ ଭିତରେ ଘରୁ ହେବେ ଅଦୃଶ୍ୟ

52

ପାଗ ପରିବର୍ତ୍ତନ ଅନୁଯାୟୀ ଘରେ ଲାଲ୍ ପିମ୍ପୁଡ଼ି ଙ୍କର ପ୍ରାଦୁର୍ଭାବ ବଢିଯାଏ I ବେଳେ ଘରେ ଏତେ ପରିମାଣରେ ପିମ୍ପୁଡି ହୋଇଥାନ୍ତି ଯେ,ଏହା ଏକ ସମସ୍ୟା ପାଲଟିଯାଏ I ବିଶେଷ କରି ଆମ ରୋଷେଇଘର ମାନଙ୍କରେ ଅଧିକ ପିମ୍ପୁଡି ଦେଖାଯାଇଥାନ୍ତି I ପିମ୍ପୁଡି କାମୁଡ଼ିଲେ ମଧ୍ୟ ପ୍ରବଳ ଯନ୍ତ୍ରଣା ହୋଇଥାଏ I ଏହିପରି ପରିସ୍ଥିତିକୁ ଏଡାଇବା ପାଇଁ, ଆମେ ଆପଣଙ୍କ ପାଇଁ ଏପରି କିଛି ଘରୋଇ ଉପଚାର ଆଣିଛୁ, ଯାହା ଦ୍ୱାରା ନାଲି ପିମ୍ପୁଡ଼ି ଘରୁ ଦୂରେଇ ଯାଇପାରିବ I ତେବେ ଆସନ୍ତୁ ଜାଣିବା ଏ ବିଷୟରେ :

ଲେମ୍ବୁ : ଆପଣ ଜାଣନ୍ତି କି ରୋଷେଇ ଘରେ ରଖାଯାଇଥିବା ଲେମ୍ବୁରୁ ନାଲି ପିମ୍ପୁଡ଼ି ମଧ୍ୟ ବାହାର କରାଯାଇପାରିବ I ଅତିରିକ୍ତ ପିମ୍ପୁଡି ହେଉଥିବା ସ୍ଥାନରେ କିଛି ବୁନ୍ଦା ଲେମ୍ବୁରସ ଚିପୁଡ଼ି ଦିଅନ୍ତୁ I ଏହା ସହିତ ରୋଷେଇ ଘରେ ସ୍ଥାନେ ସ୍ଥାନେ ଲେମୁ ଚୋପା କୁ ମଧ୍ୟ ରଖି ଦିଅନ୍ତୁ I ଆଧ ଘଣ୍ଟା ମଧ୍ୟରେ ପିମ୍ପୁଡି ଗାୟବ ହୋଇଯିବେ,କାରଣ ପିମ୍ପୁଡ଼ି ତିକ୍ତ ଏବଂ ଖଟା ଜିନିଷ ର ଗନ୍ଧରେ ପଳାଇ ଯାଆନ୍ତି I

କାକୁଡି : ଯଦି ଘରେ କାକୁଡି ଥାଏ ,ତା ମୁଣ୍ଡି କୁ ଗୋଲ ଗୋଲ କାଟି ଘରେ ଜାଗା ଜାଗାରେ ପକାଇ ଦିଅନ୍ତୁ,କାକୁଡି ଗନ୍ଧରେ ପିମ୍ପୁଡି ଆସିବେ ନାହିଁ I

ହଳଦୀ ଗୁଣ୍ଡ : ପିମ୍ପୁଡି ହେଉଥିବା ସ୍ଥାନରେ ହଳଦୀଗୁଣ୍ଡ ବିଞ୍ଚି ଦିଅନ୍ତୁ ,ଦେଖିବେ କେତେମିନିଟ ମଧ୍ୟରେ ପିମ୍ପୁଡି ଗାୟବ I

ଗୋଲ ମରିଚ ଗୁଣ୍ଡ : ପିମ୍ପୁଡ଼ି ଗୋଲ ମରିଚ ଗୁଣ୍ଡ ଠାରୁ ବହୁ ଦୂରକୁ ପଳାଇ ଥାଆନ୍ତି I ପିମ୍ପୁଡି ହେଉଥିବା ସ୍ଥାନରେ ଗୋଲ ମରିଚ ଗୁଣ୍ଡ ମିଶା ପାଣି ଛିଞ୍ଚନ୍ତୁ , ପିମ୍ପୂଡ଼ିରୁ ମୁକ୍ତି ପାଇବେ I

ଲବଙ୍ଗ : ଯଦି ଚିନି ଦେବାରେ ପିମ୍ପୁଡି ହେଉଥାନ୍ତି ,ତେବେ ଦବ ଭିତରେ ଲବଙ୍ଗ ପକାଇ ଦିଅନ୍ତୁ ପିମ୍ପୁଡି ହେବେ ନାହିଁ I

ଚକ : ଆପଣ ଜାଣନ୍ତି କି ଲାଲ୍ ପିମ୍ପୁଡ଼ି ମଧ୍ୟ ଚକ୍ ଠାରୁ ଦୂରରେ ରୁହନ୍ତି I ଚକ ରେ କ୍ୟାଲସିୟମ୍ କାର୍ବୋନାଟ୍ ମିଳିଥାଏ, ଯାହା ପିମ୍ପୁଡ଼ିକୁ ଘଉଡାଇବା ପାଇଁ ବ୍ୟବହୃତ ହୁଏ I ଏଥିପାଇଁ, ପିମ୍ପୁଡ଼ି ବୁଲୁଥିବା ସ୍ଥାନରେ ଚକ୍ ପାଉଡର ଛିଞ୍ଚନ୍ତୁ I ସଙ୍ଗେ ସଙ୍ଗେ ପିମ୍ପୁଡ଼ି ଉଭାନ ହୋଇଯିବେ I

ଆରତୀ କର୍ପୁର : ପୂଜା ପାଠରେ ବ୍ୟବହାର ହେଉଥିବା ଆରତୀ କର୍ପୁର କୁ ଆଣି ଛୋଟ କପଡା ରେ ବାନ୍ଧି ବିଛଣା ତଳେ ଏବଂ ଲୁଗା ଆଲମାରୀରେ ରଖିଲେ ,ତା’ଗନ୍ଧରେ ମଧ୍ୟ ପିମ୍ପୁଡି ପଳାଇ ଥାଆନ୍ତି I

Comments are closed, but trackbacks and pingbacks are open.