୨ ଦିନିଆ କାଶ୍ମୀର ଗସ୍ତରେ ଗଲେ ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

18

୨ ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଳାୟ ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଧର୍ମେନ୍ଦ୍ରଙ୍କର ଏହା ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଅପରାହ୍ନରେ ଜାମ୍ମୁରେ ପହଂଚିବା ପରେ ମାଆ ବୈଷ୍ଣୋଦେବୀଙ୍କ ଦର୍ଶନ କରି ଆଇଆଇଟି ଜାମ୍ମୁ କ୍ୟାମ୍ପସର ନୂତନ ଗୃହ ଓ ଅତ୍ୟାଧୁନିକ ସୁବିଧାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି

ଏହା ସହ ଶିକ୍ଷା ବିଭାଗ ସହ ଯୋଡ଼ି ହୋଇ ରହିଥିବା ବିଭିନ୍ନ ବିଷୟରେ ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବେ ଧର୍ମେନ୍ଦ୍ର । ଆସନ୍ତାକାଲି ଆଇଆଇଟି ଜାମ୍ମୁ କ୍ୟାମ୍ପସର ନୂତନ ଗୃହ ଲୋକାର୍ପଣ କରିବା ସହ ଇ-ଉଦ୍ଘାଟନୀ କାର୍ଯ୍ୟରେ ସାମିଲ ହେବେ । ଏହାପରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ରାଜଭବନ ଠାରେ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.