ସୁନାମଧନ୍ୟ ପ୍ରଧାନ ଶିକ୍ଷକ ଙ୍କ ପରଲୋକ

30

ବାରିପଦା :ଲାଲବଜ଼ାର ସ୍ଥିତ ବିଶିଷ୍ଟ ସୁନାମଧନ୍ୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧାଗୋବିନ୍ଦ ରଥ ଅଧିକାରୀ ଙ୍କ ୮୮ ବର୍ଷ ବୟସ ରେ ହୃଦଘାତ ରେ ପରଲୋକ ଘଟିଛି I ଗତ ସୋମବାର ଭୋର ୪.୩୦ ମିନିଟ ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଧୀନ ଅବସ୍ଥା ରେ ପରଲୋକ ହୋଇଥିଲା,   ସେ ମୟୁରଭଞ୍ଜ ଜିଲ୍ଲା ରେ ଥିବା ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପ୍ରଧାନ ଶିକ୍ଷକ ଭାବରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିଲେ I ତାଙ୍କର ଶେଷକୃତ୍ୟ ବାରିପଦାସ୍ଥ ବାରୁଣୀ ଘାଟ ଶ୍ମଶାନ ରେ ତାଙ୍କର ବଡପୁତ୍ର ଶ୍ରୀ ଶିବାନରାୟଣ ରଥ ଅଧିକାରୀ ଙ୍କ ଦ୍ୱାରା ସମ୍ପନ କର ଯାଇଛି I  ଇଁରାଜୀ ବିଷୟ ରେ ଶ୍ରୀଯୁକ୍ତ ସାର  ଙ୍କ ରଅଗାଧ ପାଣ୍ଡିତ୍ୟ  ଥିଲା ତାଙ୍କ ମାର୍ଗଦର୍ଶନ ରେ  ଅନେକ ପ୍ରତିଭାବାନ ଛାତ୍ର ଛାତ୍ରୀ ସୃଷ୍ଟି ହେଇପାରିଛନ୍ତି I ସେ  ଶିକ୍ଷାଦାନ ସାଙ୍ଗ କୁ ଜଣେ ଉଚ୍ଚ କୋଟିର ଜାତୀୟ ସ୍ତରର ଫୁଟବଲ ଖେଳାଳି ମଧ୍ୟ ଥିଲେ I ଶିକ୍ଷା ଏବଂ କ୍ରୀଡା ବିଭାଗ ତରଫରୁ ଅନେକ ଜାତୀୟ ରାଜ୍ୟ ଏବଂ ଜିଲ୍ଲା ସ୍ତରରୁ ପୁରସ୍କାର ପ୍ରାପ୍ତ ହୋଇଥିଲେ I  

ଶ୍ରୀ ଯୁକ୍ତ ସାର ଅତ୍ୟନ୍ତ ଧର୍ମପରାୟଣ ସହିତ ହନୁମାନ ଜୀ ଙ୍କ ଭକ୍ତ ଥିଲେ I ଶ୍ରୀ ଯୁକ୍ତ ସାର ଅତ୍ୟନ୍ତ ଧର୍ମପରାୟଣ ସହିତ ହନୁମାନ ଜୀ ଙ୍କ ଭକ୍ତ ଥିଲେ I Iସେ ଅତ୍ୟନ୍ତ ଅମାୟିକ ଛାତ୍ର ବତ୍ସଳ ଶିକ୍ଷକ ଥିଲେ I  ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ଦିଗ୍ଦର୍ଶନ କରିଛନ୍ତି ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ , ତିନିପୁତ୍ର ,ପୁତ୍ରବଧୁ,ଝିଅ ଜ୍ୱାଇଁ ନାତି ନାତୁଣୀ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ଅଶ୍ରୁଳ ବିଦାୟ ଦେଇଥିଲେ I ତାଙ୍କ ବିୟୋଗ ରେ ଶିକ୍ଷକ ଛାତ୍ର ଛାତ୍ରୀ ଏବଂ ବୁଦ୍ଧିଜୀବୀ ମହଲ ରେ ଶୋକ ର ଛାୟା ଖେଳି ଯାଇଛି I

Leave A Reply

Your email address will not be published.