ଧାର୍ମିକ ଯାତ୍ରାରେ ଦଳାଚକଟା, ବଢୁଛି ଆହତଙ୍କ ସଂଖ୍ୟା : ଗୋଆ

147

ପାଣାଜୀ: ଗୋଆ ଶିରଗାଓଁରେ ଅନୁଷ୍ଠିତ ଶ୍ରୀଲେରାଇ ଯାତ୍ରାରେ ଦଳାଚକଟା ଘଟିଛି | ଯାତ୍ରା ଦେଖିବାକୁ ଭକ୍ତଙ୍କ ସମାଗମ ବଢିବାରୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଛି । ପ୍ରତିବର୍ଷ ଏହି ଯାତ୍ରା ହୁଏ | ଏଥର ଶ୍ରଦ୍ଧାଳୁଙ୍କ ସମାଗମ ଅଧିକ ହେବାରୁ ଏମିତି ହୋଇଛି। ଦଳାଚକଟାରେ ଆହତଙ୍କ ସଂଖ୍ୟା ବଢି ୮୦ରେ ପହଞ୍ଚିଲାଣି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି । ଘଟଣାରେ ଏଯାଏଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାରେ ମର୍ମାହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed, but trackbacks and pingbacks are open.