ପବିତ୍ର ତୁଳସୀ

22

ସନାତନ ଧର୍ମ ଅନୁସାରେ ପ୍ରତ୍ୟକ ହିନ୍ଦୁ ମାନଙ୍କ ଘରେ ଘରେ ପବିତ୍ର ତୁଳସୀ ପୂଜନ ପରମ୍ପରା ରହିଛି I ସେଥିପାଇଁ ଘର ଅଗଣାରେ ପ୍ରଥମେ ତୁଳସୀ ଚଉରା ନିର୍ମାଣ କରାଯାଇଥାଏ I ତା ସହିତ ତୁଳସୀ ବିବାହ ପ୍ରଥା ଅନ୍ୟତମ I ତୁଳସୀ ବିଭିନ୍ନ ପ୍ରକାର ର ହୋଇଥାଏ I ଯେ ପରିକି, ରକ୍ତ ତୁଳସୀ , ରାମ ତୁଳସୀ ,ଶ୍ୟାମ ତୁଳସୀ ,ରାଧା ତୁଳସୀ ,ଭୂ ତୁଳସୀ ,ବନ ତୁଳସୀ ,ଜ୍ଞାନ ତୁଳସୀ ଆଦି I ଏହି ସମସ୍ତ ପ୍ରଜାତି ତୁଳସୀ ତୁଳସୀ ର ଅନେକ ଗୁଣ ରହିଛି ଇ ଆସନ୍ତୁ ଜାଣିବା କେଉଁ ଦିଗରେ ଲଗାଇବା ତୁଳସୀ :

  • ଘରେ ବାୟୁ ଦୋଷ ଦୂର କରିବା ପାଇଁ ଦକ୍ଷିଣ ପୂର୍ବ କୋଣରୁ ପଶ୍ଚିମ ପର୍ଯ୍ୟନ୍ତ କୌଣସି କୋଣରେ ତୁଳସୀ ଗଛ ଲଗାଯାଇ ପାରିବ I
  • ରୋଷେଇ ଘର ପାଖରେ ତୁଳସୀ ଗଛ ରହିଲେ ପାରିବାରିକ ସହଯୋଗ ବୃଦ୍ଧି ପାଇଥାଏ I
  • ପୂର୍ବ ଦିଗ ଝରକା ପାଖ ରେ ତୁଳସୀ ଗଛ ରହିଲେ ସନ୍ତାନ ମାନେ ଆଜ୍ଞାଵହ ତଥା ସୁଖୀ ହୋଇଥାନ୍ତି I
  • ବିବାହ ରେ ସମସ୍ୟା ହେଉଥିଲେ,ଦକ୍ଷିଣ ପୂର୍ବ ଦିଗରେ ତୁଳସୀ ଗଛ ଲଗାଇ ନିୟମିତ ପୂଜା କରନ୍ତୁ,ଶୀଘ୍ର ସମସ୍ୟା ଦୂର ହେବ I
  • ନୈଋତ କୋଣରେ ତୁଳସୀ ଗଛ ଲଗାଇ ପୂଜା କଲେ ବ୍ୟବସାୟ ରେ ଉନ୍ନତି ହୋଇଥାଏ I
  • ଏହା ସହିତ ମନେ ରଖନ୍ତୁ ରବିବାର ଦିନ ତୁଳସୀ ପୂଜା କରିବେ ନାହିଁ ,ଦୂରରୁ ପ୍ରଣାମ କରିନେବେ I
  • ଯଦି ଆପଣ ତୁସି ଚଉରାରେ ଦୀପ ଜାଳୁଥାନ୍ତି, ତେବେ ଦୀପ ତଳେ ଅରୁଆ ଚାଉଳ ର ଆସନ ଦିଅନ୍ତୁ I

ନାକ ,କାନ,ବାୟୁ କଫ ଜନିତ ରୋଗ ଦୂର କରିବାରେ ମଧ୍ୟ ତୁଳସୀ ପତ୍ର ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ I
ତୁଳସୀ ଏକମାତ୍ର ଗଛ,ଯାହା ଆମ ଆଧ୍ୟାତ୍ମିକ ଏବଂ ସାଧାରଣ ଜୀବନ ସହ ଜଡିତ ରହି ଲାଭ ଏବଂ ସୁଖ ପ୍ରଦାନ କରିଥାଏ I ପ୍ରତିଦିନ ପବିତ୍ର ତୁଳସୀ ଆମ ପାଇଁ ଜିବନର ଆତ୍ମା ,ଆମ ପାଇଁ ଚେତନା I

Comments are closed, but trackbacks and pingbacks are open.