ହୋଲି ପୂର୍ବରୁ ପାଳନ ହୁଏ ହୋଲିକା ଦହନ ଉତ୍ସବ

73

ଭୁବନେଶ୍ବର: ଭାରତର ଅଧିକାଂଶ ସ୍ଥାନରେ ହୋଲି ଉତ୍ସବ ବା ରଙ୍ଗ ଉତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ବିଶେଷକରି ରଙ୍ଗ ଭାଙ୍ଗ ଏବଂ ସାଙ୍ଗର ସମ୍ମିଶ୍ରଣ ଘଟେ ଏହି ଉତ୍ସବରେ। ତେବେ ହୋଲି ପୂର୍ବଦିନ ରାତିରେ ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ହୋଲିକା ଦହନ ଉତ୍ସବ। ବିଶେଷ କରି ଉତ୍ତର ଭାରତରେ ଏହି ପର୍ବ ଧୂମଧାମରେ ପାଳନ କରାଯାଇଥାଏ। ରାତିରେ ଶୁଖିଲା କାଠ, ଘସିରେ ଅଗ୍ନି ସଂଯୋଗ କରି ହୋଲିକା ରାକ୍ଷସୀର ପ୍ରତୀକାତ୍ମକ ଦହନ କରାଯାଏ। ସତ୍ୟଯୁଗରେ ହିରଣ୍ୟକଶ୍ୟପୁର ପୁଅ ଭକ୍ତ ପ୍ରହ୍ଲାଦକୁ ମାରିବା ପାଇଁ ତାର ପିଉସୀ ହୋଲିକା ରାକ୍ଷସୀ ନିଜ କୋଳରେ ଧରି ନିଆଁ ଉପରେ ବସିଥିଲା। ଆଶା କରିଥିଲା ଏଭଳି ଭାବେ ବିଷ୍ଣୁଭକ୍ତ ପ୍ରହ୍ଲାଦକୁ ବଧ କରାଯାଇପାରିବ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଭଗବାନଙ୍କ କରୁଣାରୁ ପ୍ରହ୍ଲାଦ ରହିଲେ ଅକ୍ଷତ, କିନ୍ତୁ ହୋଲିକା ହଜିଗଲା ଚିରକାଳ ପାଇଁ ସର୍ବଗ୍ରାସୀ ଅଗ୍ନିର ଲେଲିହାନ ଶିଖାରେ। ଆଉ ତାସହ ପାଲଟିଗଲା ଅନନ୍ତକାଳ ପାଇଁ ଏକ ଅଭିଶପ୍ତ କିମ୍ବଦନ୍ତୀ। ଆଜି ବି ଦୋଳପୂର୍ଣ୍ଣିମା ପୂର୍ବରାତିରେ ଦୁଷ୍ପ୍ରବୃତ୍ତି, ଅଶ୍ଳୀଳତା ଓ ଦୁରାଚାରର ଅନ୍ତ ପାଇଁ ପାଳିତ ହୁଏ ହୋଲିକା ଦହନ। ଏହିଦିନ ଉତ୍ତର ଭାରତୀୟମାନେ କେତେକ ସ୍ଥାନରେ ଅଗ୍ନିଙ୍କୁ ପ୍ରଥମ ନବାନ୍ନ ଅର୍ପଣ କରି ତା ପରେ ଅବଶିଷ୍ଟ ଅନ୍ନକୁ ପ୍ରସାଦ ରୂପରେ ଗ୍ରହଣ କରିବା ପରମ୍ପରା ବି ରହିଛି।

Comments are closed, but trackbacks and pingbacks are open.