ହୋଲି ଅଘଟଣ : ଗାଧୋଇବାକୁ ଯାଇ ୧ ମୃତ ୪ ନିଖୋଜ

30

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟରେ ହୋଲିରେ ବଡ଼ ଅଘଟଣ ଘଟି ଯାଇଛି I ହୋଲି ଖେଳି ସାରି ଗାଧୋଇବାକୁ ଯାଇ ଖରସ୍ରୋତା ନଦୀରେ ଭାସିଗଲେ ୭ ଯୁବକ I ସୂଚନାନୁସାରେ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡସୁଆର ଗ୍ରାମର ନଦୀରେ ଗାଧୋଇବା ସମୟରେ ୭ ଜଣ ବ୍ୟକ୍ତି ପାଣି ସୁଅରେ ଭାସିଯାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଖୋଜାଖୋଜି ସମୟରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଅନ୍ୟ ୫ ଜଣ ଏବେ ବି ନିଖୋଜ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ନଦୀର ବିଭିନ୍ନ ପାଶ୍ୱର୍ରେ ପତ୍ତା ଲଗାଉଛି ଅଗ୍ନିଶମ ବାହିନୀ ।ନିଖୋଜ ଯୁବକଙ୍କ ମଧ୍ୟରେ ୩ଜଣ +୨ ପ୍ରଥମ ବର୍ଷର ଛାତ୍ର ଥିବା ଜଣା ପଡ଼ିଛି ବୋଲି ଯାଜପୁର ପୋଲିସ ସୂଚନା ଦେଇଛି I

Comments are closed, but trackbacks and pingbacks are open.