ହୋଲିରେ ଅଘଟଣ ରାଜ୍ୟ ର ଭିନ୍ନ ଭିନ୍ନ ସ୍ଥାନରୁ ୪ ମୃତ

69

ଭୁବନେଶ୍ୱର: ସାରା ରାଜ୍ୟରେ ଧୂମଧାମରେ ହୋଲି ପାଳନ ହୋଇଥିବା ବେଳେ ରାଜ୍ୟରେ ପୃଥକ ପୃଥକ ଅଘଟଣରେ ଯାଜପୁରରେ ୩ ଓ କଟକରେ ଜଣଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ କଟକ ର ମୃତ ଜଣକ ହେଲେ ଏକ ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ସଂଗ୍ରାମ ଅଜିତାଭ ଦାସ । ବୁଧବାର ଯାଜପୁର ରୋଡର ବରିଷ୍ଠ ବ୍ୟାଙ୍କ ଅଧିକାରୀ ସଂଗ୍ରାମ ସାଙ୍ଗ ମାନଙ୍କ ସହିତ ହୋଲି ଖେଳୁଥିଲେ l ତେବେ ହୋଲି ଖେଳ ସରିବା ପରେ ଗାଧେଇବା ପାଇଁ ଜୋକଡ଼ିଆ ଖରସ୍ରୋତା ନଦୀକୁ ସାଙ୍ଗ ମାନଙ୍କ ସହିତ ଯାଇଥିଲେ l ତେବେ ଅଧିକାରୀ ଜଣଙ୍କ ଗାଧେଇବା ବେଳେ କୌଣସି କାରଣରୁ ଗୋଡ଼ ଖସିଯିବାରୁ ନଦୀରେ ବୁଡି ଯାଇଥିଲେ l ଏହାକୁ ଦେଖି ସାଙ୍ଗ ମାନେ ଅଧିକାରୀଙ୍କୁ ପାଣିରୁ ଉଦ୍ଧାର କରି ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ମୃତ ଘୋଷଣା କରିଥିଲେ l ସେହିପରି ଯଖପୁରା ଥାନା ଦିଗାମ୍ବରପୁର ନିକଟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ରଙ୍ଗ ଖେଳି ସାରି ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି। ମୃତକ ସ୍ଥାନୀୟ ଯଖପୁରା ଅଞ୍ଚଳର ସମରଜିତ୍ ମଲ୍ଲିକ ବୋଲି ଜଣାପଡ଼ିଛି । ଅନ୍ୟ ଏକ ଅଘଟଣ ଘଟିଛି ବଡମ୍ବା ଟି-ସେତୁ ନିକଟରେ ହୋଲି ଖେଳି ଗାଧୋଇବା ବେଳେ ନଦୀରେ ଭାସି ଯାଇଥିଲେ ଜଣେ ନାବାଳକ । ନାବାଳକ ଜଣକ ହେଉଛନ୍ତି ବଡମ୍ବା ତୁଣପୁର ଗାଁର ଜୀବନ ବେହେରା । ସ୍ଥାନୀୟ ତୁଣପୁର ଗାଁର ତିନି ଜଣ ନାବାଳକ ହୋଲି ରଙ୍ଗ ଖେଳି ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ଜଣେ ଭାସି ଯାଇଥିଲେ । ବାଙ୍କୀ ବୈଦେଶ୍ୱର ଦମକଳ ବାହିନୀ ପହଁଚି ମହାନଦୀ ସ୍ରୋତରୁ ନାବାଳକଙ୍କୁ ଉଦ୍ଧାର କରି ବଡମ୍ବା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ବଡମ୍ବା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

Comments are closed, but trackbacks and pingbacks are open.