ଏସିଆନ୍ସ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ହକି ଇଣ୍ଡିଆ

11

ନୂଆଦିଲ୍ଲୀ: ଦୀର୍ଘ ୪୪ ବର୍ଷ ଅପେକ୍ଷାର ପରେ ଭାରତୀୟ ମହିଳା ହକି ଦଳ ଏସିଆନ୍ସ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛି । ଏହି ସଫଳତା ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଚାମ୍ପିଅନ ଦଳ ପାଇଁ ହକି ଇଣ୍ଡିଆ ପୁରସ୍କାର ରାଶି ଘୋଷଣା କରିଛି । ବିଜେତା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କୁ ୫.୫ ଲକ୍ଷ ଟଙ୍କା ଦିଆଯିବ ।ଏହାପୂର୍ବରୁ ଭାରତୀୟ ମହିଳା ଟିମ୍ ୧୯୮୨ ମସିହାରେ ଦିଲ୍ଲୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହି ବର୍ଷ ପ୍ରଥମ ଥର ପାଇଁ ମହିଳା ହକିକୁ ଏହି କ୍ରୀଡ଼ାରେ ସାମିଲ କରାଯାଇଥିଲା । ତା’ପରଠାରୁ ଭାରତ ୧୯୯୮ ଏବଂ ୨୦୧୮ରେ ଫାଇନାଲରେ ପହଞ୍ଚିଥିଲେ ବି ଯଥାକ୍ରମେ ଦକ୍ଷିଣ କୋରିଆ ଓ ଜାପାନଠାରୁ ହାରି ରୌପ୍ୟ ପଦକ ଜିତିଥଲା l

Comments are closed, but trackbacks and pingbacks are open.