ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର

109

ସମ୍ବଲପୁର: ସତର୍କ ସୂଚନା ଜାରି କଲେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ତଳ ମୁଣ୍ଡର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି । ଜୁନ ୧ରୁ ୩୧ଅକ୍ଟୋବର ମଧ୍ୟରେ ଯେକୌଣସି ସମୟରେ ହୀରାକୁଦ ଡ୍ୟାମର ଗେଟ ଖୋଲାଯିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ଉପରମୁଣ୍ଡରେ ବର୍ଷା ଲାଗି ଲଗାତର ଭାବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍‌୧ ତାରିଖରୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ହୀରାକୁଦ୍‌ ଜଳଭଣ୍ଡାରର ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ବନ୍ୟା ଜଳ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମର ନମ୍ବର ମଧ୍ୟ ପ୍ରଦାନ କରାଯାଇଛି । ଏହି ସମୟ ମଧ୍ୟରେ ନଦୀକୁ ନଯିବା ପାଇଁ ବାରଣ କରାଯାଇଛି । ନିଜ ସ୍ତରରେ ଜିଲ୍ଲାପାଳ ମାନେ ସତର୍କ କରାଇବା ପାଇଁ ଚିଠିରେ କୁହାଯାଇଛି ।

Comments are closed, but trackbacks and pingbacks are open.