ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍,ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ
ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ୍ ଗେଟ୍ । ପୂଜାର୍ଚ୍ଚନା ପରେ ସକାଳ ୧୦ଟାରେ ଛଡାଯିବ ପ୍ରଥମ ବନ୍ୟାଜଳ । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା । ହୀରାକୁଦକୁ ଲକ୍ଷେ କ୍ୟୁସେକ୍ ପାଣି ଆସୁଥିବାରୁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ।
ତେବେ ଚଳିତ ବର୍ଷ ପ୍ରଥମ କରି ଆସିଲା ଏତିକି ବନ୍ୟା ପାଣି । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଛି । ସେପଟେ ଜଳସ୍ତର ବୃଦ୍ଧି ପାଇ ୬୦୨.୭୯ ଫୁଟରେ ପହଞ୍ଚିଛି । ତେବେ ଜଳପ୍ରବେଶ ବଢୁଥିବାରୁ ଜଳସ୍ତର ବଢୁଛି । ସେପଟେ ବନ୍ୟା ଭୟ ନାହିଁ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।
Comments are closed, but trackbacks and pingbacks are open.