ହିଞ୍ଜିଳି ଥାନା ପିତ୍ତଳ ଛକ ହତ୍ୟା ମାମଲା : ୫ ଅଭିଯୁକ୍ତ ଗିରଫ, କମେନ୍ଟ ମାରିବାରୁ ହୋଇଥିଲା ହତ୍ୟାକାଣ୍ଡ

15

ଗଞ୍ଜାମ ହିଞ୍ଜିଳି ଥାନା ପିତଳ ଛକ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି ବୋଲି ପ୍ରେସମିଟ୍‌ ଜରିଆରେ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ ସୂଚନା ଦେଇଛନ୍ତି ।

ସୂଚନାନୁସାରେ ଗତ ୨୨ ତାରିଖରେ ଗଞ୍ଜାମ ହିଞ୍ଜିଳି ଥାନା ପିତଳ ଛକ ରେ ବିଳମ୍ବିତ ରାତିରେ ଏହି ଲୋମହର୍ଷଣ କାରୀ ହତ୍ୟାକାଣ୍ଡ ହୋଇଥିଲା I ଏଥିରେ ଛକରେ ଫାଷ୍ଟ ଫୁଡ ଦୋକାନ ଦେଇଥିବା ୩ ଭାଇ ଏବଂ ତାଙ୍କ ନାବାଳକ ପୁତୁରାଙ୍କୁ ନିର୍ମମ ହତ୍ୟା କରାଯାଇଥିଲା I ହତ୍ୟା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବି ରାସ୍ତାରୋକ ମଧ୍ୟ କରାଯାଇଥିଲା । କିନ୍ତୁ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ସେଦିନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶୃତି ଦେଇଥିଲା । ତେବେ ଏହି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ସାଧୁ ସ୍ୱାଇଁ ,ମଟର ସାଇକେଲ ରୁ ପଡ଼ିଯାଇଥିବା ଏକ ଦମ୍ପନ୍ତ୍ତି ଙ୍କୁ ପ୍ରଥମେ କମେନ୍ଟ ମାରିଥିଲା I ଯାହାକୁ ପ୍ରତିବାଦ କରିଥିଲେ ଫାଷ୍ଟ ଫୁଡ ଦେଇଥିବା ଶମ୍ଭୁ ସ୍ୱାଇଁ ଏବଂ ତାଙ୍କର ତିନି ଭାଇ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଘଟଣାସ୍ଥଳରୁ ସାଧୁ ନିଜ ଗାଁକୁ ଯାଇ ହାତରେ ଠେଙ୍ଗା, କାଠ ବେଣ୍ଟ, ଲୁହା ରଡ ଧରି ତାର ୬ ଜଣ ସହଯୋଗୀଙ୍କ ସହିତ ପୁନର୍ବାର ଘଟଣା ସ୍ଥଳକୁ ଆସି ଶମ୍ଭୁ ଓ ତାଙ୍କ ଭାଇମାନଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ୩ ଓ ଏମକେସିଜିରେ ୧ ଜଣଙ୍କ ମୃତ୍ୟୁ ହୋଇଥିଲା।


ପୁଲିସ ଏହି ଘଟଣାରେ ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି । ସ୍ୱତନ୍ତ୍ର ଟିମ୍ ଗଠନ କରି ଅନ୍ୟତମ ଅଭିଯୁକ୍ତକୁ ଖୋଜା ଚାଲିଛି ବୋଲି ଏସପି କହିଛନ୍ତି । ତେବେ ଏସ୍ପିଙ୍କ ସୂଚନାନୁସାରେ ସାଧୁ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ତା’ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୧୫ରୁ ୧୬ ମାମଲା ରହିଛି I

Comments are closed, but trackbacks and pingbacks are open.