ହିଞ୍ଜିଳି:କମେଣ୍ଟମରାକୁ ନେଇ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

24

ଗଞ୍ଜାମ ହିଞ୍ଜିଳିକାଟୁ ଥାନା ପିତଳ ଛକ ନରେନ୍ଦ୍ରପୁରରେ ୪ ଜଣଙ୍କୁ ବିଭତ୍ସ ହତ୍ୟା । ମୃତକ ମାନେ ସମସ୍ତେ ଗୋଟିଏ ପରିବାରର ୩ ଭାଇ ଓ ଅନ୍ୟ ଜଣେ ପୁତୁରା ବୋଲି ଜଣାପଡିଛି ।
ସୂଚନା ଅନୁସାରେ,ମୃତକ ମାନେ ପିତ୍ତଳ ଛକରେ ଥିବା ଫାଷ୍ଟ ଫୁଡ଼ ଦୋକାନ ଦେଇଥିଲେ I ତେବେ ବିଳମ୍ବିତ ରାତିରେ ନିର୍ଦିଷ୍ଟ ଦୋକାନ ନିକଟରେ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇଥିଲା ଏହି ସମୟରେ ଦୋକାନୀ ବାଇକ ଆରୋହୀଙ୍କୁ ଅଶ୍ଳୀଳ କମେନ୍ଟ କରିକହିଥିଲେ ଏବଂ ପରେ ତାହା ଗୋଷ୍ଠୀସଂଘର୍ଷ ର ରୂପ ନେଇଥିଲା I ଏହି ସମୟରେ ମୃତକ ମାନଙ୍କ ଉପରକୁ ଲୁହା ରଡ଼ ଓ କାଠ ଫାଳିଆରେ ଅତର୍କିତ ଆକ୍ରମଣ କରିଥିଲେ ନିର୍ଦ୍ଦିଷ୍ଟ ଗୋଷ୍ଠି। ଏବଂ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ୪ ଜଣ ଆହତ ହୋଇଛନ୍ତି I ତେବେ ଗତକାଲି ବିଳମ୍ବିତ ରାତିରେ ଏହି ନିର୍ମମ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଆକ୍ରମଣକାରୀ ଗୋଷ୍ଠୀର ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ I

Comments are closed, but trackbacks and pingbacks are open.