ମାଘ ପୂର୍ଣ୍ଣିମା ରେ ଭୁଲ୍ ରେ ମଧ୍ୟ କରନ୍ତୁ ନାହିଁ ଏ ଭଳି କାମ ନଚେତ୍ ବର୍ଷସାରା ଦେଖାଦେବ ଆର୍ଥିକ ସଙ୍କଟ

23

କାର୍ତ୍ତିକ ମାସ ପରି ମାଘ ମାସକୁ ବି ଧର୍ମ ମାସ ବୋଲି ଶାସ୍ତ୍ରରେ ମାନ୍ୟତା ଦିଆଯାଇଛି I ସେହି ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ପରି ମାଘ ପୂର୍ଣ୍ଣିମା ର ବି ବିଶେଷ ମହତ୍ତ୍ୱ ରହିଛି I ଏ ଥରର ମାଘ ପୂର୍ଣ୍ଣିମା ୧୬ ଫେବୃଆରୀ, ବୁଧବାର ଦିନ ପଡୁଛି I ବିଶ୍ୱାସ ରହିଛି ଯେ, ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ପରେ ଦାନ ଦକ୍ଷିଣା ଦେଲେ ପୁଣ୍ୟ ଫଳ ପ୍ରାପ୍ତ ହୁଏ I ଏହା ବ୍ୟତୀତ ଏହି ଦିନ ଉପାସନା, ଜପ, ହୋମ ଏବଂ ଦାନ ଇତ୍ୟାଦି କରାଯାଇଥାଏ I ପଞ୍ଚାଙ୍ଗ ଅନୁସାରେ , ଏଥର ମାଘ ପୂର୍ଣ୍ଣିମା ଦିନ ଏକ ବିଶେଷ ସଂଯୋଗ ହେଉଛି ଇ ଏହି ଦିନ ଅଶ୍ଳେଷା ନକ୍ଷତ୍ର ଏବଂ କର୍କଟ ରାଶି ରେ ମିଶୁଛନ୍ତି I ଆସନ୍ତୁ ଜାଣିବା ଏହି ଦିନ କଣ ସବୁ କରାଯିବ I

ମାଘ ପୂର୍ଣ୍ଣିମା ଦିନ ବିନା ପିଆଜ ,ରସୁଣରେ ସମ୍ପୂର୍ଣ୍ଣ ଶୁଦ୍ଧ ଶାକାହାରୀ ଭୋଜନ କରନ୍ତୁ I ରାତ୍ରି ସମୟରେ କୌଣସି ପରିସ୍ଥିତିରେ ବି ଅର୍ଣ୍ଣ ଖାଆନ୍ତୁ ନାହିଁ I

ପୂର୍ଣ୍ଣିମା ଦିନ, ଚନ୍ଦ୍ରର ପ୍ରଭାବ ବହୁତ ଶକ୍ତିଶାଳୀ ରହିଥାଏ I ଯେଉଁଥିପାଇଁ ବ୍ୟକ୍ତି ଅଧିକ ଉତ୍ସାହିତ ଏବଂ ଭାବପ୍ରବଣ ହୋଇଯାଏ | ଏପରି ପରିସ୍ଥିତିରେ, ଏହି ଦିନ କ୍ରୋଧିତ ହେବା ଠାରୁ ଦୂରେଇ ରହିବା ଉଚିତ୍ I

ଶାସ୍ତ୍ର ଅନୁଯାୟୀ, ଏହି ଦିନ ପରଚର୍ଚ୍ଚା,ଅପନିନ୍ଦା ଠାରୁ ଦୁରେଇ ରୁହନ୍ତୁ I କାହାକୁ ମଧ୍ୟ ଦୁର୍ବ୍ୟବହାର କରନ୍ତୁ ନାହିଁ, କାରଣ ଏପରି କରିବା ଦ୍ୱାରା ଜାତକରେ ଚନ୍ଦ୍ର ଦୋଷ ସୃଷ୍ଟି ହୋଇଥାଏ I ମା’ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି I

ପୂର୍ଣ୍ଣିମା ଦିନ, ଘରେ କୌଣସି ପ୍ରକାର ଝଗଡା ବା ମତଭେଦ ରୁ ଦୁରେଇ ରୁହନ୍ତୁ I ଏମିତି ହେଲେ ଘରକୁ ଦାରିଦ୍ର୍ୟତା ପଶିଥାଏ I

ମାଘ ପୂର୍ଣ୍ଣିମା ଦିନ, ରେ ମଧ୍ୟ ମଦ୍ୟପାନ କରନ୍ତୁ ନାହିଁ , କାରଣ ଏହି ଦିନ ଚନ୍ଦ୍ରଙ୍କର ପ୍ରଭାବ ଅଧିକ ରହୁଥିବାରୁ ମଦ୍ୟପାନ କଲେ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ I ଭବିଷ୍ୟତ ରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ I

ମାଘ ପୂର୍ଣ୍ଣିମା ଦିନ ଟି ଧନ ଲକ୍ଷ୍ମୀଙ୍କୁ ସମର୍ପିତ I ତେଣୁ , ଏହି ଦିନ ଘରକୁ ପରିଷ୍କାର ପରିଚ୍ଛନ କରି ସକାଳେ ଗଙ୍ଗପାଣିରେ ହଳଦୀ ମିଶାଇ ଛିଞ୍ଚନ୍ତୁ ଏହା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ କୃପା କରିଥାନ୍ତି I

Comments are closed, but trackbacks and pingbacks are open.