ଏସଆରଏଫଟିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ଆଖଣ୍ଡଳମଣିଙ୍କ ଦର୍ଶନ କଲେ ହିମାଂଶୁ ଖଟୁଆ

114

ଭଦ୍ରକ ପ୍ରସିଦ୍ଧ ବାବା ଆଖଣ୍ଡଳମଣି ଓ ଯାଜପୁର ପ୍ରସିଦ୍ଧ ମା ବିରଜାଙ୍କ ଦର୍ଶନ କରିଛନ୍ତି ଏସଆରଏଫଟିଆଇ ନିର୍ଦ୍ଦେଶକ ହିମାଂଶୁ ଖଟୁଆ। ସତ୍ୟଜିତ୍ ରାୟ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନବନିଯୁକ୍ତ ନିର୍ଦ୍ଦେଶକ ହେଉଛନ୍ତି ହିମାଂଶୁ ଖଟୁଆ । ଭାରତ ସରକାରଙ୍କ ଦ୍ବାରା ଏହି ବଡ଼ ଦାୟିତ୍ବ ପାଇବା ପରେ ଶ୍ରୀଯୁକ୍ତ ଖଟୁଆ ଆରଡି ଆଖଣ୍ଡଳମଣୀ ଓ ମା ବିରଜାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀଯୁକ୍ତ ଖଟୁଆଙ୍କ ଘର ଆରଡି ଅଞ୍ଚଳର ଖଟୁଆ ପାଟଣା ଗାଁରେ । ପିତା ରବୀନ୍ଦ୍ର ଖଟୁଆ ଓ ମାତା କୁଞ୍ଜଲତା ଖଟୁଆଙ୍କୁ ଔରସରୁ ଜନ୍ମନେଇଛନ୍ତି।
ହିମାଂଶୁ ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଶିକ୍ଷା ଲଭ କରିବା ପରେ ସିନେମାରେ ନିର୍ଦ୍ଦେଶନା କାର୍ଯ୍ୟ କରିଥିଲେ। ଏଥିସହ ସେ ବିଜୁ ପଟ୍ଟନାୟକ ଫିଲ୍ମ ଏକାଡେମିରେ ମଧ୍ୟ ଶିକ୍ଷାଦାନ କରିଥିଲେ। ୧୯୯୬ରେ ଶୂନ୍ୟ ସ୍ବରୂପ ଓ ୨୦୦୫ ମସିହାରେ କଥାନ୍ତର ଚଳଚ୍ଚିତ୍ରରେ ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶନା ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା।


ନିର୍ଦ୍ଦେଶକ ଭାବେ ଦାୟିତ୍ବ ମିଳିବା ପରେ ଶ୍ରୀଯୁକ୍ତ ଖଟୁଆ ପ୍ରଥମ ଥର ପାଇଁ ଆଖଣ୍ଡଳମଣିଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କୁ ଭେଟିଥିଲେ। ଆଖଣ୍ଡଳମଣିଙ୍କ ସେବାୟତମାନେ ଉତ୍ତରୀୟ ଓ ଆଖଣ୍ଡଳମଣିଙ୍କ ଫଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

Comments are closed, but trackbacks and pingbacks are open.