ଚାରା ଘୋଟଲା ମାମଲା : ଜାମିନରେ ଫେରିଥିବା ଲାଲୁ ପ୍ରସାଦ ପୁଣି ହେଲେ ଦୋଷୀ ସାବ୍ୟସ୍ତ

17

ପୁଣି ଜେଲ୍‌ ଯିବେ ଲାଲୁ ପ୍ରସାଦ ଯାବଦ। ୯୫୦ କୋଟି ଟଙ୍କIର ବହୁ ଚର୍ଚ୍ଚିତ ଚାରା ଘୋଟଲା ମାମଲାରେ ଜଡିତ ହୋଇ ଆଜି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ରେ ପୁଣି ଠାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ I
ଦୋରନ୍ଦା ଟ୍ରେଜେରୀରୁ ୧୩୫ କୋଟି ଟଙ୍କା ବେଆଇନ ଭାବେ ଉଠାଣ ମାମଲାରେ ଆଜି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଲାଲୁଙ୍କ ସହ ଅନ୍ୟ ୭୫ ଜଣ ବି ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି । ତେବେ ଲାଲୁଙ୍କୁ କେଉଁ ଦଣ୍ଡ ମିଳିବ ଏପର୍ଯ୍ୟନ୍ତ ସେନେଇ ଘୋଷଣା ହୋଇନାହିଁ । ଯଦି ଲାଲୁଙ୍କୁ ତିନି ବର୍ଷରୁ କମ୍ ଦଣ୍ଡ ଦିଆଯାଏ ତେବେ ଲାଲୁ ଯାଦବଙ୍କୁ ଜାମିନ ମିଳିପାରିବ । କିନ୍ତୁ ଯଦି ତିନି ବର୍ଷରୁ ଅଧିକ ଦଣ୍ଡ ଦିଆଯାଏ ତେବେ ଲାଲୁପ୍ରସାଦ ଯାଦବଙ୍କୁ ପୁଣି ଥରେ ଜେଲ ଯିବାକୁ ପଡ଼ିବ । ଏ ସମ୍ପର୍କରରେ ଆସନ୍ତା ୧୮ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ । ସୂଚନା ମୁତାବକ, ଏହା ଗୋଖାଦ୍ୟ ଘୋଟାଲାର ଚତୁର୍ଥ ମାମଲାର ଶୁଣାଣି । ଏହା ପୂର୍ବରୁ ଅନ୍ୟ ୩ଟି ମାମଲାର ଶୁଣାଣି ହୋଇ ଲାଲୁଙ୍କୁ ଦଣ୍ଡାଦେଶ ହୋଇସାରିଛି । ଲାଲୁ ଜେଲରେ କିଛିଦିନ କଟାଇବା ପରେ ଅସୁସ୍ଥତା କାରଣରୁ ଜାମିନ ପାଇ ଘରେ ରହୁଥିଲେ । ଏହି ଘଟଣାରେ ମୋଟ ୧୧୦ଜଣଙ୍କ ମାମଲା ଦାଏର ହୋଇଥିଲା । ବିଚାର ସମୟ ଅବଧି ମଧ୍ୟରେ ଏଥିରେ ପାଖାପାଖି ୫୦ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଅନ୍ୟମାନେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୦୧ରେ ଲାଲୁ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ୨୦୦୫ରେ ଏହି ଚାର୍ଜ ଫ୍ରେମ ପ୍ରସ୍ତୁତ କରାଯାଇଥି I ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଅନ୍ୟ ମାମଲା ରେ ଲାଲୁଙ୍କୁ ପାଞ୍ଚରୁ ସାତ ବର୍ଷ ଯାଏଁ ଦଣ୍ଡାଦେଶ ମିଳିଥିଲା। କିଛି ଦିନ ଜେଲ୍‌ରେ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖାର ହେବା ଯୋଗୁଁ ହାଇକୋର୍ଟରୁ ଲାଲୁଙ୍କୁ ଜାମିନ ମିଳିଥିଲା।
ଏହା ପୂର୍ବରୁ ଲାଲୁପ୍ରସାଦ ଯାଦବଙ୍କୁ ଚାରା ଘୋଟାଲାରେ ଜଡିତ ଚାରୋଟି ମାମଲାରେ ୧୪ ବର୍ଷ ଦଣ୍ଡ ଦିଆଯାଇଥିଲା । ଏହା ସହିତ ତାଙ୍କୁ ୬୦ ଲକ୍ଷ ଜରିମାନା ମଧ୍ୟ ଦେବାକୁ ପଡ଼ିଥିଲା । ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବ ଜାମିନ ରେ ଆସିଛନ୍ତି I

Comments are closed, but trackbacks and pingbacks are open.