ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ

23

ଭୁବନେଶ୍ବର : ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ  ହାଇକୋର୍ଟ । ଇଡିକୁ ତଦନ୍ତରେ ସହଯୋଗ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଗିରଫ ମାମଲାରେ ଖୋଳତାଡ଼ ଜାରି ରଖିଛି ଇଡି । ଗୋଟିଏ ପଟେ ଜଗବନ୍ଧୁ ଏବଂ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିନ୍ତୁ ଏବେ ଯାଏଁ ଅର୍ଚ୍ଚନା ଇଡିକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇନଥିବା ସୂଚନା ମିଳିଛି । ସେପଟେ ଏହି ମାମଲାରେ ସଂପୃକ୍ତି ଥିବା ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରିବାକୁ ଇଡି ପ୍ରସ୍ତୁତ ହେଉଥିଲା । ହେଲେ ଶ୍ରଦ୍ଧାଞ୍ଜଳି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଯାହାକୁ ଆଧାର କରି ମାନ୍ୟବର କୋର୍ଟ ବୁଧବାର ଦିନ ଶୁଣାଣି କରିଛନ୍ତି । ଏହି ଶୁଣାଣି ସମୟରେ ବଳିଷ୍ଠ ତଥ୍ୟ ରଖିଥିଲା ଇଡି । ଖାସ୍‌ କରି ତଦନ୍ତରେ ଶ୍ରଦ୍ଧାଞ୍ଜଳି ଇଡିକୁ ସହଯୋଗ କରୁନାହାନ୍ତି । ତେଣୁ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦିଆଯାଇପାରିବ ନାହିଁ ବୋଲି ଯୁକ୍ତି ରଖିଥିଲା ଇଡି । ଶେଷରେ ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଥିଲେ କୋର୍ଟ । ଏହାବ୍ୟତୀ ଆଗାମୀ ଦିନରେ ଇଡିକୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ ।

Comments are closed, but trackbacks and pingbacks are open.