ସମବାୟ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

23

ସମବାୟ ନିର୍ବାଚନ ପାଇଁ ଏକ ମାସ ଭିତରେ ବିଜ୍ଞପ୍ତି ପ୍ରକାଶ କରିବା ଲାଗି ରାଜ୍ୟ ସମବାୟ ନିର୍ବାଚନ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯଥାଶୀଘ୍ର ନିର୍ବାଚନ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ନିର୍ବାଚନୀ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ନିର୍ବାଚନ ମାମଲାରୁ ବାଟ ଫିଟିଛି । ସମବାୟ ବ୍ୟାଙ୍କଗୁଡ଼ିକର ପ୍ରଶାସକ ଦାୟିତ୍ୱରେ ଆଉ ରହିବେନି ଜିଲ୍ଲାପାଳ ।ପ୍ରାୟ ଦେଢ଼ ବର୍ଷ ତଳୁ ସମବାୟ ସମିତି ଗୁଡ଼ିକର ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହୋଇଗଲାଣି ।
ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ବି ପି ମାଝୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଉକ୍ତ ଆବେଦନର ଶୁଣାଣି କରି ହାଇକୋର୍ଟ, ଜିଲ୍ଲାପାଳମାନଙ୍କୁ ସମବାୟ ବ୍ୟାଙ୍କ ମୁଖ୍ୟ ପ୍ରଶାସକ ଦାୟିତ୍ବମୁକ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଯଥାଶୀଘ୍ର ନିର୍ବାଚନ କରାଇବା ପାଇଁ ସମବାୟ ନିର୍ବାଚନ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଏହାଦ୍ୱାରା ରାଜ୍ୟରେ ସମବାୟ ସମିତିଗୁଡ଼ିକ ଉପରେ ନିର୍ଭରଶୀଳ ଥିବା ୭୦ ପ୍ରତିଶତ ଚାଷୀ ଏବଂ ଲକ୍ଷାଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଉପକୃତ ହେବେ ।

Leave A Reply

Your email address will not be published.