ଧର୍ମେନ୍ଦ୍ରଙ୍କୁ ହାଇକୋର୍ଟଙ୍କ ନୋଟିସ

29

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୋଟିସ । ମାନ୍ୟବର ଓଡ଼ିଶା ହାଇକୋର୍ଟ ଏହି ନୋଟିସ କରିଛନ୍ତି । ସମ୍ବଲପୁର ଲୋକସଭା ନିର୍ବାଚନ ଅନିୟମିତତା ମାମଲାରେ ହାଇକୋର୍ଟ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୋଟିସ କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ଆବେଦନ ଆଧାରରେ ଏହି ନୋଟିସ ଜାରି କରାଯାଇଛି । ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ର  କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ତ୍ରୁଟିପୂର୍ଣ୍ଣ ନାମାଙ୍କନ ଦାଖଲ ଓ ଅଫିସ ଅଫ୍ ପ୍ରଫିସ ଅଭିଯୋଗ ଆଣିଛନ୍ତି । 

Comments are closed, but trackbacks and pingbacks are open.