ନୂଆଦିଲ୍ଲୀ: କନ୍ନଡ-ତାମିଲ ଭାଷାକୁ ବିବାଦ ନେଇ ଅଭିନେତା କମଲ ହାସନଙ୍କୁ କର୍ନାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଲୋକଙ୍କ ଭାବନାକୁ ଆଘାତ ଦିଆଯାଇପାରିବ ନାହିଁ। କମଲ ହାସନ କନ୍ନଡ ଏବଂ ତାମିଲ ଭାଷାକୁ ନେଇ ଏକ ବୟାନ ଦେଇଥିଲେ। ଏହାକୁ ନେଇ ବହୁତ ବିବାଦ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ଥମିନାହିଁ। କମଲ ହାସନଙ୍କ ଫିଲ୍ମ ଠଗ ଲାଇଫ ଜୁନ ୫ରେ ରିଲିଜ ହେବାକୁ ଯାଉଛି। ଏହା ମଧ୍ୟ ବିବାଦରେ ଘେରି ରହିଛି। କମଲ ହାସନ ତାଙ୍କ ଆଗାମୀ ଫିଲ୍ମ ‘ଠଗ ଲାଇଫ’ର ଅଡିଓ ଲଞ୍ଚ ସମୟରେ କହିଥିଲେ, କନ୍ନଡ ଭାଷା ତାମିଲରୁ ଜନ୍ମ ହୋଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ମାମଲା ଏତେ ବଢି ଯାଇଥିଲା ଯେ ଏହା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। କର୍ନାଟକ ହାଇକୋର୍ଟରେ ଜଷ୍ଟିସ ଏମ. ନାଗପ୍ରସନ୍ନାଙ୍କ ଖଣ୍ଡପୀଠ ଅଭିନେତାଙ୍କୁ ଭର୍ତ୍ସନା କରିଥିଲେ। ହାଇକୋର୍ଟ କହିଛନ୍ତି, ଆପଣ କମଲ ହାସନ ହୁଅନ୍ତୁ କିମ୍ବା ଅନ୍ୟ କେହି, ଆପଣ ଜନସାଧାରଣଙ୍କ ଭାବନାକୁ ଆଘାତ ଦେଇପାରିବେ ନାହିଁ। ଆପଣ ନିଜେ ଏହି ପରିସ୍ଥିତିର କାରଣ। ଅଭିନେତା କମଲ ହାସନ ମଧ୍ୟ ଏହି ମାମଲାରେ କ୍ଷମା ମାଗିବାକୁ ମନା କରିଦେଇଛନ୍ତି।
Comments are closed, but trackbacks and pingbacks are open.